କଟକ ଓ ଭୁବନେଶ୍ୱର ରେଲୱେ ଷ୍ଟେସନ୍‌ର ସମୀକ୍ଷା

ଭୁବନେଶ୍ୱର: ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରା ଆଜି କଟକ ଓ ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ନୀରିକ୍ଷଣ ସହ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି। ନୀରିକ୍ଷଣ ସମୟରେ ରେଳ ଅଧିକାରୀଙ୍କୁ ନିରାପଦ ତଥା ସୁଗମ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ମହାପ୍ରବନ୍ଧକ ପରାମର୍ଶ ଦେଇଛନ୍ତି। ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ଓ ଯାତ୍ରୀଙ୍କ ସୁବିଧା ଠିକ୍ ସମୟରେ ଶେଷ କରିବାକୁ ଗୁରୁତ୍ୱ ଦେଇଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ପୂରଣର ପ୍ରତିବଦ୍ଧତାକୁ ସାକାର କରିବାକୁ ଶ୍ରୀ ବେହେରା କହିଛନ୍ତି।

ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ଯାତ୍ରୀ ସୁବିଧା ସହ ସହରର ଆକର୍ଷଣର କେନ୍ଦ୍ରରେ ପରିଣତ କରିବା ଏବଂ ଯାତ୍ରୀଙ୍କ ପାଇଁ ଯାତ୍ରା ଅଭିଜ୍ଞତା ବୃଦ୍ଧି କରାଇବାକୁ ଷ୍ଟେସନଗୁଡ଼ିକର ପୁନର୍ବିକାଶ କାର୍ଯ୍ୟ ଚାଲିଛି। ଉଭୟ ରେଳ ଷ୍ଟେସନର ଦୁଇ ପାର୍ଶ୍ୱର ପ୍ରବେଶ ପଥ, ଚଳପ୍ରଚଳ ଅଞ୍ଚଳ, ଦୁଇ/ତିନି/ଚାରି ଚକିଆ ଯାନ ପାର୍କିଂ, ପିକଅପ୍ ଓ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାର୍କିଂ, ଭିଆଇପି ଯାନ ଆଦି ସୁବିଧା ସହ ପ୍ରଶସ୍ତ ଆପ୍ରୋଚ୍ ରୋଡ୍ ରହିବ। ଏଥିସହ ଯାତ୍ରୀଙ୍କ ପାଇଁ ଏୟାର କନକୋର୍ସ, ଫୁଟ୍‌ ଓଭର ବ୍ରିଜ୍‌, ଯାତ୍ରୀ ଘୋଷଣା ପ୍ରଣାଳୀ, ଫୁଡ୍‌ ଷ୍ଟଲ, ଦିବ୍ୟାଙ୍ଗଙ୍କ ପାଇଁ ସୁବିଧା, ବ୍ୟାଗେଜ ସ୍କାନର, ସିସିଟିଭି ଆଦି ସୁବିଧା ଉପଲବ୍ଧ କରାଯାଇଛି। ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ(ନିର୍ମାଣ) ଏ ଜି ଶ୍ରୀନିବାସଙ୍କ ନେତୃତ୍ୱରେ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଏହି ନିରୀକ୍ଷଣ ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର