ଭୁବନେଶ୍ୱରରୁ କଟକ ଯିବା ବାଟରେ ଓଲଟିଲା ଏଚପି ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍

ଭୁବନେଶ୍ବର: ଭୁବନେଶ୍ୱରରୁ କଟକ ଯିବା ସମୟରେ ଏକ ଗ୍ୟାସ୍ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି  । ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଓଲଟିଲା ଏଚପି ଗ୍ୟାସ୍ ଟାଙ୍କି ବୋଝେଇ ଗାଡ଼ି । ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏପରି ଦୁର୍ଘଟଣା । କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥରେ ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଏଚପି ଗ୍ୟାସ୍ ଟ୍ୟାଙ୍କି ବୋଝେଇ ଗାଡ଼ି ଓଲଟି ପଡିଛି । ଟ୍ରକଟି ରାସ୍ତା କଡ଼ରେ ଥିବା ଏକ ପରିବା ଦୋକାନ ଉପରେ ଓଲଟି ପଡିଥିଲା । ଫଳରେ ଦୋକାନଟି ପୂରା ନଷ୍ଟ ହୋଇଯାଇଛି । ସନ୍ଦେହ କରାଯାଉଛି, ଟ୍ରକ୍ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଭାରସାମ୍ୟ ହରାଇ ଏଚପି ଗ୍ୟାସ୍ ଟାଙ୍କି ବୋଝେଇ ଗାଡିଟି ଓଲଟି ପଡ଼ିଛି ।

ସମ୍ବନ୍ଧିତ ଖବର