ସ୍ବାସ୍ଥ୍ୟକର୍ମୀଙ୍କୁ ଅକ୍ସିମିଟର ଯୋଗାଇ ଦିଆଯିବ

କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ଅଧିକାରୀ ସଂକ୍ରମିତ

ବାଲିଅନ୍ତା : କୋଭିଡ୍‌ ମୁକାବିଲା କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ଲାଗି ପ୍ରତି ସ୍ବାସ୍ଥ୍ୟକର୍ମୀଙ୍କୁ ଅକ୍ସିମିଟର ଏବଂ ଟେମ୍ପରେଟର ଗନ ଯୋଗାଇ ଦିଆଯିବ। ଅକ୍ସିମିଟରରେ ଲୋକମାନଙ୍କର ଅକ୍ସିଜେନ ଏବଂ ଟେମ୍ପରେଚର ଗନରେ ତାପମାତ୍ରା ମପାଯିବ। ବାଲିଅନ୍ତା ବ୍ଲକର ୧୨ଟି ଉପସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାମ କରୁଥିବା ୨୧ ଜଣ ସ୍ବାସ୍ଥ୍ୟକର୍ମୀ ନିଜ ଅଞ୍ଚଳରେ ଘରକୁ ଘର ବୁଲି ଲୋକମାନଙ୍କର ଅକ୍ସିଜେନ ଓ ତାପମାତ୍ରା ମାପିବେ। ଦେହରେ ଅକ୍ସିଜେନ ପରିମାଣ ୯୦ରୁ କମ ରହିଲେ ସଂପୃକ୍ତ ବ୍ୟକ୍ତି କୋଭିଡ୍‌ ଆକ୍ରାନ୍ତ ହୋଇଥିବା କିମ୍ବା ହେବାର ଆଶଙ୍କା ଥିବା ସ୍ପଷ୍ଟ ଜଣାପଡ଼ିଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଜଣେ ଅଧିକାରୀ କହିଛନ୍ତି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିକଟକୁ ପଠାଯାଇଥିବା ଏହି ପ୍ରସ୍ତାବ ଗୃହୀତ ହୋଇଥିବା ସୂଚନା ମିଳିଛି।

ଅପରପକ୍ଷରେ ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୩ ଜଣଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିବା ବେଳେ ୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସରକଣା ପଞ୍ଚାୟତରେ କରୋନାରୁ ସୁସ୍ଥ ହୋଇଥିବା ଜଣେ ଫଟୋ ସାମ୍ବାଦିକ ତାଙ୍କର ପ୍ଲାଜମା ଦାନ କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ଅଧିକାରୀ ସଂକ୍ରମିତ
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର କରୋନା ଲକ୍ଷଣ ଥିବା ଓ ଘରେ ପୃଥକବାସରେ ରହିଥିଲେ। ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି। ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ସଂକ୍ରମିତ ହେବା ହେଉଛି ପ୍ରଥମ ଘଟଣା। କେତେଜଣ କର୍ମଚାରୀ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ। ଏହା ପୂର୍ବରୁ ହସ୍ପିଟାଲର ଏକାଧିକ କର୍ମଚାରୀ ସଂକ୍ରମିତ ହୋଇସାରିଛନ୍ତି। ଏପରିକି ପ୍ରତ୍ୟେକ ଦିନ ହସ୍ପିଟାଲର ବିଭିନ୍ନ ୱାର୍ଡରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି।

ସମ୍ବନ୍ଧିତ ଖବର