ଭୁବନେଶ୍ୱର: ୧୦ ଦଫା ଦାବିରେ ଆଜି ପାଚିକା ସହାୟିକା ସଂଘ,ଏଆଇଟିୟୁସି ଓ ସିଆଇଟିୟୁ ପକ୍ଷରୁ ମିଳିତ ଭାବେ ଲୋୟର ପିଏମ୍ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ହଜାର ହଜାର କର୍ମୀ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ହାତରେ ବ୍ୟାନର୍, ପ୍ଲାକାର୍ଡ ଧରିବା ସହ ସ୍ଳୋଗାନ୍ ଦେଇ ଲୋୟର ପିଏମ୍ଜି ପର୍ଯ୍ୟନ୍ତ ଆସିଥିଲେ। ପାଚିକାମାନଙ୍କୁ ସର୍ବନିମ୍ନ ଦରମା ପ୍ରଦାନ କରିବା, ୧୦ମାସ ବଦଳରେ ୧୨ମାସର ପ୍ରାପ୍ୟ ପ୍ରଦାନ କରିବା, ଅଣସଂଗଠିତ ଶ୍ରମିକ ଭାବେ ପଞ୍ଜୀକୃତ କରିବା, ୨୮ମାସର ବକେୟା ରାଶି ପ୍ରଦାନ କରିବା, ସ୍କୁଲ୍ଗୁଡ଼ିକରେ ଛାତ୍ରଛାତ୍ରୀ ଅନୁପାତରେ ପାଚିକା ଓ ସହାୟିକା ନିଯୁକ୍ତି ପ୍ରଦାନ କରିବା, ଅବସରକାଳୀନ ଭତ୍ତା ପ୍ରଦାନ କରିବା, ପ୍ରସୂତି ସମୟରେ ୩ମାସ ଝୁଟି ମଞ୍ଜୁର କରିବା ଆଦି ପ୍ରଦାନ ପାଇଁ ସଂଘ ଦାବି କରିଛି। ଏହାପରେ ସଂଘର ରାଧାରମଣ ଷଡ଼ଙ୍ଗୀ, ଦେବାଶିଷ ଘୋଷ, ବି ରେଣୁକା ଦୋରାଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ପ୍ରତିନିଧିମଣ୍ଡଳୀ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଖୁବ୍ଶୀଘ୍ର ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ପରେ ପ୍ରତିନିଧି ମଣ୍ଡଳୀ ଫେରିଥିଲେ।
୧୦ ଦଫା ଦାବିରେ ପାଚିକା ସହାୟିକା ସଂଘର ବିକ୍ଷୋଭ
/sambad/media/post_attachments/wp-content/uploads/2018/07/m24-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)