ଭୁବନେଶ୍ବର : ସରକାରଙ୍କ ଘୋଷଣା ମୁତାବକ ପାରିଶ୍ରମିକ ପ୍ରଦାନ ଦାବିରେ ଆଦି ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୫୦୦ରୁ ଊର୍ଦ୍ଧ୍ବ ସହାୟିକା ରେଳଷ୍ଟେସନ୍ରୁ ବାହାରି ଲୋୟର ପିଏମ୍ଜିରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୨୦୧୭ରେ ସରକାର ଦେଇଥିବା ପ୍ରତିଶ୍ରୁତି ଦେଇଥିଲେ ଯେ, ଚଳିତ ବର୍ଷ ଜାନୁଆରି ମାସଠାରୁ ମାସିକ ୨ହଜାର ଟଙ୍କା ବେତନ ପ୍ରଦାନ କରିବେ। ମାତ୍ର ଏବେ ୧୪୦୦ ଟଙ୍କା ବେତନ ଆକାରରେ ପ୍ରଦାନ କରାଯାଉଛି। ଏଣୁ ବକେୟା ୬୦୦ ଟଙ୍କା ପ୍ରଦାନ ସହ ବାର୍ଷିକ ୧୦ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ, ସରକାରୀ ମାନ୍ୟତା ସହ ସର୍ବନିମ୍ନ ୧୮ ହଜାର ଦରମା, ବର୍ଷକୁ ଦୁଇ ହଳ ଶାଢ଼ି, ଦୈନିକ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର, ରନ୍ଧନ ଓ ପରିବେଷଣ ଛଡ଼ା ଅନ୍ୟ କାର୍ଯ୍ୟରୁ ନିବୃତ୍ତ କରିବା, ଇପିଏଫ୍ ସହ ଅବସରକାଳୀନ ସୁବିଧା, ଆକ୍ରୋଶ ମୂଳକ ଛଟେଇ ବନ୍ଦ ସହ ଛଟେଇ ପାଚିକାଙ୍କୁ ପୁନଃନିଯୁକ୍ତି, ମଧ୍ୟାହ୍ନ ଭୋଜନ କାର୍ଯ୍ୟକୁ ଅନ୍ୟ ସଂସ୍ଥା ଜରିଆରେ ନ କରାଇବା ଭଳି ୧୦ ଦଫା ଦାବି ନେଇ ଏଠାରେ ବିକ୍ଷୋଭ ସମାବେଶ କରାଯାଇଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିବ ବୋଲି ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିଅନ୍ ସେଣ୍ଟର୍(ଏଆଇଟିୟୁସି) ସମର୍ଥିତ ଏହି ସଂଘ ସଭାପତି ବିଷ୍ଣୁ ଦାସ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟସେନ ମେହେର, ପ୍ରଦୀପ୍ତ ରାମ, ବ୍ରଜବନ୍ଧୁ ସାହୁ, ରାଜକିଶୋର ମଲ୍ଲିକ, ବିଜୟ ସାହୁ, ସୁରେଶ ପ୍ରଧାନ, ପରମାନନ୍ଦ ସେଠୀ, ପ୍ରଭାମଞ୍ଜୁଳା ବ୍ରହ୍ମ, ବୁଲି ବାରିକ ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ।
ପାରିଶ୍ରମିକକୁ ନେଇ ପାଚିକା ସହାୟିକାଙ୍କ ବିକ୍ଷୋଭ
/sambad/media/post_attachments/wp-content/uploads/2018/10/pachika-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)