ପଶ୍ଚିମା ପ୍ରକାଶନୀର ମାରାଥନ୍‌ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର : ପଶ୍ଚିମା ପ୍ରକାଶନୀ ପକ୍ଷରୁ ଭୁବନେଶ୍ୱର ପୁସ୍ତକ ମେଳାରେ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲେଖିକା ପ୍ରତିଭା ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲେଖିକା ଅର୍ଚ୍ଚନା ନାୟକ ଓ ସାହିତ୍ୟ ଅକାଦେମିର କାର୍ଯ୍ୟକ୍ରମ ଅଧିକାରୀ ମିହିର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପଶ୍ଚିମା ପ୍ରକାଶନୀର ପ୍ରକାଶକ ଅଶୋକ ମହାନ୍ତିଙ୍କ ସଂଯୋଜନାରେ ପ୍ରକାଶନୀର ମୋଟ୍‌ ୨୦ ଖଣ୍ଡ ପୁସ୍ତକ ଉନ୍ମୋଚିତ ହୋଇଛି। ଏହି ଅବସରରେ ବୈରାଗୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅମିୟ କୁମାର ମହାପାତ୍ର ଧନ୍ୟବାଦ ଜଣାଇଥିଲେ। ଉତ୍ସବରେ ସାରଦା ରଥଙ୍କ ଅନୁବାଦ ଉପନ୍ୟାସ ‘ପରିତପ୍ତ ଲଙ୍କେଶ୍ୱରୀ’, ଗାୟତ୍ରୀ ସରାଫଙ୍କ ଗଳ୍ପ ସଂକଳନ ‘କେହି ତ ଜଣେ’, ସୀତେଶ ତ୍ରିପାଠୀଙ୍କ ଗଳ୍ପ ସଂକଳନ ‘ଜେଜେମା’ଙ୍କ ଡାଏରୀ’, ସୁଚେତା ପ୍ରଧାନଙ୍କ ଗଳ୍ପ ସଂକଳନ ‘ଆତ୍ମଜା’, ଅରବିନ୍ଦ ରାୟଙ୍କ ଉପନ୍ୟାସ ‘ବସ୍ତି’, ମୁକୁଳ ମିଶ୍ରଙ୍କ କବିତା ସଂକଳନ ‘ମାୟାଲଗ୍ନ’, ଅଖିଳ ନାୟକଙ୍କ ‘ଅଖିଳ ଅକ୍ଷର’, ଲକ୍ଷ୍ମୀ ଚାନ୍ଦଙ୍କ ‘ନର୍ତ୍ତକୀ’, ଅଭୟ ନାରାୟଣ ନାୟକଙ୍କ ‘ଜୀବନ ସଂଗୀତ’, ସ୍ୱାଗତିକା ସ୍ୱାଇଁଙ୍କ ‘ଜହ୍ନ କେବେ ମରେ ନାହିଁ’, ମୋନାଲିସା ମିଶ୍ରଙ୍କ ‘ଡାକି ଦେଇ ଯାଏ ସେ ଛାଇ’, ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କ ନୂଆ ‘ଢଗଢ଼ମାଳି’, ଦୀପ୍ତି ମହାନ୍ତିଙ୍କ ‘ମୋ ବାହାଘର’, ଗୋକୁଳନନ୍ଦ ମହାପାତ୍ରଙ୍କ ‘ରାମଚରିତାମୃତ’, ରମେଶ ପଟ୍ଟନାୟକଙ୍କ ‘ଚିଠିରୁ ଚଷମା ପର୍ଯ୍ୟନ୍ତ’, ଦୀନବନ୍ଧୁ ପଣ୍ଡାଙ୍କ ‘ମାଟି ମଣିଷର ବଛାବଛା କବିତା’, ଆଶୁତୋଷ ଜେନାଙ୍କ ‘ସ୍ୱପ୍ନର ମାନଚିତ୍ର’, ହେମନ୍ତ ପଟେଲଙ୍କ ‘ଅନ୍ତର ଆହ୍ଵାନ’ ଓ ହୃଷୀକେଶ ମେହେରଙ୍କ ‘ଭିଟାମାଟି’ ଉନ୍ମୋଚିତ ହୋଇଛି।

ସମ୍ବନ୍ଧିତ ଖବର