ରାଜଧାନୀର ୧୪ ନମ୍ବର ୱାର୍ଡରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଚନ୍ଦ୍ରଶେଖରପୁର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜନସମ୍ପର୍କ ପଦଯାତ୍ରା ଆଜି ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ୧୪ ନମ୍ବର ୱାର୍ଡରେ ଅନୁଷ୍ଠିତ ହୋଇଛି। ୱାର୍ଡର ବୁଦ୍ଧ ପାର୍କଠାରୁ ଆରମ୍ଭ ହୋଇଥିବା ଏହି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକମାନେ ଠିକ୍‌ ଭାବେ ମଧୁବାବୁ ପେନ୍‌ସନ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ହିତାଧିକାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସୁବିଧା, ଖାଦ୍ୟ ସୁରକ୍ଷା ଯୋଜନାରେ ଲୋକେ ସାମିଲ ହୋଇଛନ୍ତି କି ନାହିଁ ସେନେଇ ନେତା ଓ କର୍ମୀମାନେ ବସ୍ତିବାସିନ୍ଦାଙ୍କଠାରୁ ପଚାରି ବୁଝିଥିଲେ।

ମିସନ ଶକ୍ତିର ମା’ମାନଙ୍କୁ ମୁକ୍ତା ଯୋଜନାରେ ସାମିଲ କରି ରୋଜଗାରକ୍ଷମ କରିବା, ବସ୍ତିଗୁଡ଼ିକୁ ବିଜୁ ଆଦର୍ଶ କଲୋନିରେ ପରିଣତ କରି ରାସ୍ତା, ପାନୀୟ ଜଳ ଓ ଆଲୋକୀକରଣ, ପରିଚୟ ଗୃହ ଭଳି ସୁବିଧା ଯୋଗାଇ ଦିଆଯାଇଥିବାରୁ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଏହି ଜନସମ୍ପର୍କ ପଦଯାତ୍ରାରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ବରିଷ୍ଠ ବିଜେଡି ନେତା ସୁବାସ ଚନ୍ଦ୍ର ପାତ୍ର, ସମରେନ୍ଦ୍ର ସାହୁ, ସ୍ଥାନୀୟ କର୍ପୋରେଟର ମୋନାଲିସା ସାହୁ, ୧ ନମ୍ବର ୱାର୍ଡ କର୍ପୋରେଟର ମିହିର ରାଉତ, ୨ ନମ୍ବର ୱାର୍ଡ କର୍ପୋରେଟର ମୋନାଲିସା ବେହେରା, ପୂଜା ବେହେରା, ଯୁବନେତା ମନୋଜ ସାହୁ, ଦେବୀପ୍ରସାଦ ମଲ୍ଲିକ, କାଳୀଚରଣ ସିଂହଙ୍କ ସମେତ ବହୁ ସଂଖ୍ୟାରେ ଯୁବକ, ଛାତ୍ର, ବୁଦ୍ଧିଜୀବୀ ଓ ମହିଳାମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର