କଟକ: ଜୀବନବ୍ୟାପୀ ସାରସ୍ବତ ସାଧନା ପାଇଁ ବିଶିଷ୍ଟ ସାହିତ୍ୟିକା ଡକ୍ଟର ବୀଣାପାଣି ମହାନ୍ତିଙ୍କୁ ‘ପଦ୍ମଶ୍ରୀ’ ଉପାଧିରେ ସମ୍ମାନିତ କରାଯାଇଛି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଡକ୍ଟର ମହାନ୍ତି ଚଳିତବର୍ଷ ପୁରସ୍କାର ଗ୍ରହଣ ପାଇଁ ଦିଲ୍ଲୀ ଯାଇପାରି ନଥିଲେ। ଫଳରେ ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ତାଙ୍କ ବାଦାମବାଡିସ୍ଥିତ ବାସଭବନରେ ପହଞ୍ଚି ପଦ୍ମଶ୍ରୀ ଉପାଧିପତ୍ର, ମେଡାଲ ପ୍ରଦାନ କରିଥିଲେ।
୨୦୨୦ ମସିହାର ପଦ୍ମଶ୍ରୀ ସମ୍ମାନ ପାଇଁ ଶ୍ରୀମତୀ ମହାନ୍ତି ମନୋନୀତ ହୋଇଥିଲେ। ତାଙ୍କ ଭଳି ଜଣେ ପ୍ରଖ୍ୟାତ ସାରସ୍ବତ ସାଧିକାଙ୍କୁ ସମ୍ମାନିତ କରି ନିଜକୁ ଧନ୍ୟ ମନେ କରୁଛି ବୋଲି ଜିଲ୍ଲାପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଜିଲ୍ଲାପାଳଙ୍କ ସହ ସହକାରୀ ଜିଲ୍ଲାପାଳ ଅଳକାରାଣୀ ଦେବତା, କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅଶୋକ କୁମାର ଷଢଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/29-3.jpg)