ପାଇକା ଏକାଡେମି ଉଦ୍‌ଘାଟିତ

ମେଣ୍ଢାଶାଳ: ଆଜି ଛତାବର ପଞ୍ଚାୟତର ଗୌଡ଼କାଶୀପୁରଠାରେ ପାଇକା ଏକାଡେମି ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଏକାଡେମିର ପ୍ରତିଷ୍ଠାତା ସିଦ୍ଧାର୍ଥ ରାଉତରାୟ, ଅନିତା ମିଶ୍ର ଓ ରଶ୍ମିକାନ୍ତ ରାୟ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ରାଉତରାୟ ଓ ତାଙ୍କ ନାତି ଅଂଶୁମାନ ହରିଚନ୍ଦନ ଏକାଡେମିକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରୁ ଯୁବକମାନେ ଏହି ଏକାଡେମିରେ ଯୋଗ ଦେଇପାରିବେ।

ଏହି ଏକାଡେମି ସଶସ୍ତ୍ର ବାହିନୀ, ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ସୈନିକ ପ୍ରବେଶ ଏବଂ ପାରାମିଲିଟାରି ଫୋର୍ସଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନ। ଏଠାରେ ସର୍ବୋତ୍ତମ ପ୍ରତିରକ୍ଷା କୋଚିଂ ପ୍ରଦାନ କରାଯିବ। ପୁଲିସ ବାହିନୀ ପାଇଁ ମଧ୍ୟ ଶାରୀରିକ ଓ ଲିଖିତ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଅବସରପ୍ରାପ୍ତ ସେନା ଅଧିକାରୀମାନେ ଏଠ‌ାରେ ତାଲିମ ପ୍ରଦାନ କରୁଛନ୍ତି ବୋଲି ପାଇକା ଏକାଡେମିର ଅଧ୍ୟକ୍ଷ ସିଦ୍ଧାର୍ଥ ରାଉତରାୟ କହିଛନ୍ତି।

ସମ୍ବନ୍ଧିତ ଖବର