ଚିତ୍ରରେ ପାଇକ ବିଦ୍ରୋହ

ଭୁବନେଶ୍ୱର : ପାଇକ ବିଦ୍ରୋହର ସଂଘର୍ଷକୁ ନେଇ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଛି ପାଇକ ବିଦ୍ରୋହ ଶୀର୍ଷକ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର। ଏହି ଶିବିରରେ ୨୦ ଜଣ ଶିଳ୍ପୀ ଅଂଶଗ୍ରହଣ କରି ପାଇକ ବିଦ୍ରୋହର ୨୦୦ ବର୍ଷ ତଳର ବୀରତ୍ୱକୁ ଚିତ୍ରରେ ତୋଳି ଧରିଥିଲେ। ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ସମ୍ୟକ ମାର୍ଗଦର୍ଶନରେ ଚିତ୍ରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଏହି ଚିତ୍ରଗୁଡ଼ିକ ଖୋର୍ଧାରେ ଅନୁଷ୍ଠିତ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉତ୍ସବରେ ପ୍ରଦର୍ଶିତ କରାଯାଇଥିବା ବେଳେ ୩ ଦିନ ଧରି ଏହି ପ୍ରଦର୍ଶନୀରେ ଚିତ୍ରଗୁଡ଼ିକୁ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର