ଭାରତ ମାଟିରେ ପାଇକ ବିଦ୍ରୋହ ଏକ ଶ୍ରେଷ୍ଠ ସଂଗ୍ରାମ: ରାଜ୍ୟପାଳ

କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ପାଇକ ବିଦ୍ରୋହ ସମାରୋହ

ଭୁବନେଶ୍ୱର : ଦେଶର ବିଭିନ୍ନ ଅଞ୍ଚଳରେ ସ୍ୱାଧୀନତା ପ୍ରାପ୍ତି ନେଇ ଅନେକ ସଂଗ୍ରାମ ହୋଇଛି। ଅନେକ ବୀରପୁତ୍ର ଏଥିନେଇ ଲଢ଼େଇ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ମାଟିର ବୀର ବକ୍ସି ଜଗବନ୍ଧୁଙ୍କ ଇଂରେଜଙ୍କ ବିରୋଧରେ ସଂଗ୍ରାମ ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ଏକ ଶ୍ରେଷ୍ଠ ସଂଗ୍ରାମ। କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ମଣ୍ଡପରେ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ଏସ୍‌.ସି ଜମିର ଯୋଗ ଦେଇ ଏପରି ମତପ୍ରକାଶ କରିଛନ୍ତି।

ସମ୍ମାନିତ ଅତିଥି ଭାବେ ଭାରତ ସରକାରଙ୍କ ପଞ୍ଚାୟତରାଜ ବିଭାଗର ଯୁଗ୍ମସଚିବ ସଞ୍ଜୀବ ପାଟ୍ଟଯୋଶୀ, ଭାରତ ସରକାରଙ୍କ ଏନ୍‌ଟିପିସିର ଆର୍ଥିକ ନିର୍ଦେଶକ କୁଳମଣି ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ରାଜ୍ୟପାଳ ପାଇକ ପରିବାରର ଦାୟାଦ ଭାବେ ଉପାସନା ମହାପାତ୍ର, ଅନୁଗୁଳ ଜିଲ୍ଲାପାଳ ଅନୀଲ କୁମାର ସାମଲ, ନାଇଜରର କୁଳସଚିବ ଅଭୟ କୁମାର ନାୟକଙ୍କୁ ସମ୍ମାନିତ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ, ଶିକ୍ଷାବିତ୍‌ ବିଜନ କୁମାର ଜେନା, ସୂର୍ଯ୍ୟନାରାୟଣ ସାହୁ, ଶରତଚନ୍ଦ୍ର ବିଶ୍ୱାଳ, ନୀରଜଲକ୍ଷ୍ମୀ ମହାନ୍ତି, କିସ୍‌ ବିଶ୍ୱ ବିଦ୍ୟାଳୟ, ଅରୁନ୍ଧତୀ ଦେବୀ, ଅଜୟ ବେହେରା ଓ ମୋନାଲିସା ସାମଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ଅକ୍ଷୟ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଞ୍ଜୟ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଗାୟକ ବିଷ୍ଣୁ ମୋହନ କବି , ଶଶାଙ୍କ ଶେଖର ସାହୁ, ଜୟଶ୍ରୀ ଧଳ, ଅର୍ପିତା ଚୌଧୁରୀ ଓ ଅମି୍ରତା ଭାରତୀ ପଣ୍ଡା ପ୍ରମୁଖ ଦେଶାତ୍ମାବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ‘ଡାଇନାମିକ୍‌ ପ୍ଲାଟଫର୍ମ’ ପକ୍ଷରୁ ବକ୍ସି ଜଗବନ୍ଧୁଙ୍କ ଉପରେ ସ୍ୱତନ୍ତ୍ର ନାଟକ ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର