ଭୁବନେଶ୍ୱର : ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ନିଖିଳ ଓଡ଼ିଶା ପାଇକ ମହାସଂଘ’ ପକ୍ଷରୁ ଆସନ୍ତା ଫେବ୍ରୁଆରି ୧୪ରେ ରାଜଧାନୀରେ ଏକ ବିଶାଳ ପାଇକ ସମାବେଶ ଓ ସମରକଳା ପ୍ରଦର୍ଶନୀ ଆୟୋଜିତ ହେବ। ମହାସଂଘ ପକ୍ଷରୁ ଏହାର ଖାରବେଳନଗରସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମହାସଂଘର ରାଜ୍ୟ ଆବାହକ ଅଶୋକ କୁମାର ପାଲଟାସିଂହଙ୍କ ସଭାପତିତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା। ଏହି ପ୍ରଦର୍ଶନୀରେ ଓଡ଼ିଶାର ସମସ୍ତ ପାଇକ ଆଖଡ଼ା ଦଳ ସାମିଲ ହେବେ। ସମରକଳାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା, ପାଇକ ଆଖଡ଼ାର ପୁନରୁଦ୍ଧାର, ପାଇକ ଆଖଡ଼ାକୁ ପ୍ରତି ସ୍କୁଲ, କଲେଜ ସ୍କାଉଟ୍ ଓ ଏନ୍ସିସି ଭଳି ମାନ୍ୟତା ପ୍ରଦାନ କରିବା ଏବଂ ଦଳବେହେରା, ପାଇକଗୁରୁ, ପାଇକ ସର୍ଦ୍ଦାର, ପାଇକ ବାଦ୍ୟକାରମାନଙ୍କୁ ସ୍ୱତନ୍ତ୍ର ପାଇକ ଭତ୍ତା ପ୍ରଦାନ ପାଇଁ ଦାବି ଉପସ୍ଥାପନ କରାଯାଇଛି। ଏଥିରେ ପାଇକ ସର୍ଦ୍ଦାର ପ୍ରମୋଦ କୁମାର ସାମନ୍ତରା, ଜିତେନ୍ଦ୍ରୀୟ ମାନସିଂହ, ରଞ୍ଜନ ବଳିୟାରସିଂ, ଅଜୟ କୁମାର ନାୟକ ଓ ପାଇକଗୁରୁ ଭାସ୍କର ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଫେବ୍ରୁଆରି ୧୪ରେ ବିଶାଳ ପାଇକ ସମାବେଶ ଓ ସମରକଳା ପ୍ରଦର୍ଶନୀ
/sambad/media/post_attachments/wp-content/uploads/2017/12/paika-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)