ଖଣ୍ଡଗିରି: ୨୨ ନମ୍ବର ୱାର୍ଡ ପାଇକରାପୁର ଗାଁ ତଳପୋଖରୀ ଆଉ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ୪ ବର୍ଷ ତଳେ ବିଏମ୍‌ସିରେ ମିଶିବା ପରେ ମୌଳିକ ସୁବିଧା ମିଳିବା ନେଇ ଗ୍ରାମବାସୀ ଆଶା ରଖିଥିଲେ। ପୋଖରୀ ସମେତ ଗାଁ ରାସ୍ତାଘାଟର ଉନ୍ନତୀକରଣ ହେବ। ମାତ୍ର ପୋଖରୀର ପାହାଚଗୁଡ଼ିକ ଭାଙ୍ଗି ଯାଇଥିଲା ବେଳେ ପୋଖରୀ ଚାରିପାଖରେ ଅନାବନା ଗଛ ଭର୍ତ୍ତି ହୋଇଗଲାଣି। ପାଖାପାଖି ୧୫ ଲକ୍ଷ ଟଙ୍କା ବିନିଯୋଗରେ ପୋଖରୀର ପୁନରୁଦ୍ଧାର ହୋଇଥିଲେ ମଧ୍ୟ ଏହାର ସୁଫଳ ଗ୍ରାମବାସୀ ପାଇପାରୁ ନଥିବା ଅଭିଯୋଗ ହୋଇଛି। ପାଇକରାପୁରରେ ଦୁଇଟି ସରକାରୀ ପୋଖରୀ ଅଛି। ଗ୍ରାମବାସୀ ଶୁଦ୍ଧିକାମ ସମେତ ଅନ୍ୟ ଧାର୍ମିକ କର୍ମ, ଗାଈଗୋରୁଙ୍କ ଗାଧୁଆ ପରି ବିଭିନ୍ନ କାମ ପାଇଁ ଏହାକୁ ବ୍ୟବହାର କରନ୍ତି। 

Advertisment

ପୋଖରୀର ଉନ୍ନତୀକରଣ ପାଇଁ ଦୁଇ ବର୍ଷ ତଳେ ଟଙ୍କା ମଞ୍ଜୁର ହୋଇଥିଲା। ବିଏମ୍‌ସି ପକ୍ଷରୁ ମିସନ୍‌ ଶକ୍ତି ସହଭାଗିତାରେ ଜଳାଶୟ ପୁନରୁଦ୍ଧାର ହୋଇଥିବା ସମ୍ପର୍କରେ ଦୁଇଟି ବଡ଼ ଫଳକ ମଧ୍ୟ ଲାଗିଛି। ମାତ୍ର ‌ଉନ୍ନତୀକରଣ କେବଳ ସେହି ଫଳକରେ ଅଟକି ରହିଛି। ଗ୍ରାମର ବାସିନ୍ଦା ଶଶାଙ୍କ ସାହୁ କହିଛନ୍ତି, ବିଏମ୍‌ସିରେ ସାମିଲ ହୋଇଥିବାରୁ ହାତ ପାଆନ୍ତାରେ ସୁବିଧା ମିଳିବ ବୋଲି ଆଶା ଥିଲା। ରାସ୍ତାଘାଟ ଚକାଚକ୍‌ ହେବ। ଆବର୍ଜନା ରାସ୍ତାକଡ଼ରେ ଗଦା ହେବ ନାହିଁ, ଗାଁ ପୋଖରୀ ସଜଡ଼ାଯିବା ପରି ବିଭିନ୍ନ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏସବୁ କିଛି ହୋଇନି। ସହର ଅପେକ୍ଷା ପଞ୍ଚାୟତରେ ଯେତେବେଳେ ଥିଲୁ ଭଲରେ ରହିଥିଲୁ। ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି