ପ୍ରେମିକାକୁ ଦୁଷ୍କର୍ମ କରି ରଙ୍ଗମିସ୍ତ୍ରି ଗିରଫ

ଭୁବନେଶ୍ବର : ପ୍ରେମିକର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ମହିଳା ପୁଲିସ୍ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, କାକଟପୁର ପାଟପୁରର ରାକେଶ କୁମାର ନାୟକ। ମହିଳା ପୁଲିସ୍ ଆଜି କାକଟପୁରରୁ ତାକୁ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ରାକେଶ ଜଣେ ରଙ୍ଗ ମିସ୍ତ୍ରି। ଗତ ଜାନୁଆରିରେ ସେ ସାମନ୍ତରାପୁର ଅଞ୍ଚଳକୁ ରଙ୍ଗକାମ କରିବାକୁ ଯାଇଥିବା ବେଳେ ପଡ଼ୋଶୀ ଘରର ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇଥିଲା। ସଂପର୍କ ଆଗକୁ ବଢ଼ିବାରୁ ବିଭିନ୍ନ ଜାଗାକୁ ବୁଲାଇ ନେବା ବାହାନାରେ ରାକେଶ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରୁଥିଲା। ମାତ୍ର ଯୁବତୀଜଣଙ୍କ ବାରଣ କରିଆସୁଥିଲେ। ପ୍ରାୟ ୪ମାସ ଏହି ଭଳି ଚାଲିବା ପରେ ଗତ ମେ’ ପହିଲାରେ ଘରେ କେହି ନଥିବା ସୁଯୋଗରେ ରାକେଶ ଯୁବତୀଙ୍କ ଘରକୁ ଆସି ଦୁଷ୍କର୍ମ କରିଥିଲା। ପରେ ରାକେଶ ନିଜ ଗାଁକୁ ଫେରିଯାଇଥିଲା। ଏ ସଂପର୍କରେ ଯୁବତୀଜଣଙ୍କ ପରିବାରଲୋକଙ୍କୁ ଜଣାଇଥିଲେ। ମାତ୍ର ପରିବାର ବର୍ଗ ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ଲୋକଲଜ୍ଜା ଭୟାରେ ଘଟଣାକୁ ରଫାଦଫା କରି ପୀଡ଼ିତାକୁ ଅନ୍ୟତ୍ର ବିବାହ କରାଇବାକୁ ଉଦ୍ୟମ କରିଥିଲେ। ତେବେ ସୁବିଧା ଦେଖି ପୀଡ଼ିତା ଘଟଣା ଘଟିବାର କିଛି ଦିନ ପରେ ମେ ପ୍ରଥମ ସପ୍ତାହରେ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର