ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତକଳା ଏକାଡେମି ପକ୍ଷରୁ ଏକ ଚିତ୍ରଶିଳ୍ପୀ ଶିବିର ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବରେ ଏକାଡେମିର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବିଭାଗୀୟ ଯୁଗ୍ମ ଶାସନ ସଚିବ ମନସ୍ୱିନୀ ସାହୁ, ଏକାଡେମିର କାର୍ଯ୍ୟକାରୀ ସଦସ୍ୟ ପଞ୍ଚାନନ ସାମଲ ଓ ବିଶିଷ୍ଟ ଶିଳ୍ପୀ ପଞ୍ଚାନନ ସୁର ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୪୦ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଶିବିରର ଚିତ୍ରକଳାର ଏକ ପ୍ରଦର୍ଶନୀ ଆସନ୍ତା ୨୫ ତାରିଖ ଦିନ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ର ଠାରେ ପ୍ରଦର୍ଶିତ ହେବ ଏବଂ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଏକାଡେମିର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।
ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଚିତ୍ରକଳା ଶିବିର
/sambad/media/post_attachments/wp-content/uploads/2021/03/546546546d46hfhfshshfshfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)