ମନ‌ କିଣୁଛି ୩ ଚିତ୍ରଶିଳ୍ପୀଙ୍କ ୨୯ ଚିତ୍ରକଳା

ଭୁବନେଶ୍ବର : ‘ପରିକ୍ରମା’ ପକ୍ଷରୁ ମଡର୍ଣ୍ଣ ଆର୍ଟ ଗ୍ୟାଲେରିଠାରେ ଏକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏଥିରେ ଚିତ୍ରଶିଳ୍ପୀ ସଞ୍ଜୟ ପଟ୍ଟନାୟକ, ଶୁଭଙ୍କର ତରଫଦାର ଓ ପ୍ରଜେଶ ମହାପାତ୍ରଙ୍କ ମୋଟ ୨୯ଟି ଚିତ୍ରକଳା ସ୍ଥାନ ପାଇଛି। ସେଥିମଧ୍ୟରୁ ପାରମ୍ପରିକ ଶୈଳୀରେ ଆଧୁନିକତାର ଛାପ ଉପରେ ସଞ୍ଜୟଙ୍କର ୧୩ଟି ଚିତ୍ରକଳା, ପ୍ରଜେଶଙ୍କର ୮ଟି ଚିତ୍ରକଳା ଓ ଶୁଭଙ୍କରଙ୍କ ୮ଟି ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ପାଇଛି। ବହୁ ସଂଖ୍ୟାରେ ଚିତ୍ରକଳାପ୍ରେମୀ ଆଜି ଏହାକୁ ବୁଲି ଦେଖିବା ସହ ପ୍ରଶଂସା କରିଛନ୍ତି। ଏହି ଚିତ୍ରକଳା ପ୍ରଦର୍ଶନୀ ଆସନ୍ତା ୨୨ ତାରିଖ ଯାଏ ଚାଲିବ।

ସମ୍ବନ୍ଧିତ ଖବର