ପାଲ୍‌ ହା‌ଇଟ୍‌ସ୍‌ରେ କେଏଲ୍‌ଏଫ୍‌ କର୍ଣ୍ଣର ଶୁଭାରମ୍ଭ

ପ୍ରତି ମାସ ଶେଷ ରବିବାରେ ସାହିତ୍ୟ ସମାରୋହ

ଭୁବନେଶ୍ବର: ରାଜ୍ୟର ଯୁବବର୍ଗ ଓ ସାହିତ୍ୟାନୁରାଗୀଙ୍କୁ ଏକଜୁଟ୍‌ କରିବା ଲକ୍ଷ୍ୟ ନେଇ କଳିଙ୍ଗ ସାହିତ୍ୟ ସମାରୋହ ‘କେଏଲ୍‌ଏଫ୍‌’ ପକ୍ଷରୁ ଭୁବନେଶ୍ବରରେ କେଏଲ୍‌ଏଫ୍‌ କର୍ଣ୍ଣର ଆରମ୍ଭ ହୋଇଛି। ଅକ୍ସଫୋର୍ଡ ବୁକ୍‌ ଷ୍ଟୋର୍‌ର ମିଳିତ ସହଯୋଗରେ ସ୍ଥାନୀୟ ପାଲ୍‌ ହାଇଟ୍‌ସ୍‌ଠାରେ ଏହି କର୍ଣ୍ଣରର ଶୁଭାରମ୍ଭ ହୋଇଛି। ବିଶିଷ୍ଟ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ସମେତ ସାହିତ୍ୟିକ କେଦାର ମିଶ୍ର ଏହି ସାହିତ୍ୟ ସମାରୋହର ଶୁଭାରମ୍ଭ ଅବସରରେ ଆଲୋଚନାରେ ଭାଗ ନେଇଥି‌ଲେ। ଏହି ଅବସରରେ କେଏଲ୍‌ଏଫ୍‌ର ପ୍ରତିଷ୍ଠାତା ରଶ୍ମିରଞ୍ଜନ ପରିଡ଼ା, କାର୍ଯ୍ୟକ୍ରମ ସଂଯୋଜକ ଦେବାଶିଷ ସାମନ୍ତରାୟ, କେଏଲ୍‌ଏଫ୍‌ର ସଂଯୋଜକ ସତ୍ୟ ପଟ୍ଟନାୟକ ଓ ଅନ୍ୟ ପ୍ରମୁଖ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ। ପ୍ରତି ମାସ ଶେଷ ରବିବାର ଅକ୍ସଫୋର୍ଡ ବୁକ୍‌ଷ୍ଟୋର‌ ପକ୍ଷରୁ ପାଲ୍‌ ହାଇଟ୍‌ସ୍‌ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର