ଭୁବନେଶ୍ବର: ପଳାସୁଣୀ ସିରିଜ୍‌ ଦୁର୍ଘଟଣା ମାମଲାରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ହାଇୱା ଚାଳକକୁ ଗିରଫ କରିଛି। ସେ ହେଲା ଖୋର୍ଦ୍ଧା ବାଘମାରୀ ଥାନା ଭୋଗଡ଼ା ଅଞ୍ଚଳର ସୌଭାଗ୍ୟ ରଂଜନ ପାତ୍ର ଓରଫ ନନ୍ଦ(୨୯)। ବେପରୁଆ ଗାଡ଼ି ଚାଳନା କରି ଜଣଙ୍କ ଜୀବନ ନେଇଥିବା ନନ୍ଦର ଲାଇସେନ୍ସ ରଦ୍ଦ କରିବାକୁ ପୁଲିସ ଆର୍‌ଟିଓ-୨କୁ ରିପୋର୍ଟ ଦେଇଛି।

Advertisment

ବେପରୁଆ ଗାଡ଼ି ଚାଳନା, ଦ୍ରୁତ ଗତି ଓ ଓଭର୍‌ ଲୋଡ୍‌ ଯୋଗୁଁ ନନ୍ଦ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲା। ହାଇୱାଟି ବଜୁରି ନେଇ ଖୋର୍ଦ୍ଧାରୁ ହଂସପାଳ ଆସୁଥିଲା। ହାଇୱାର କ୍ଷମତାଠାରୁ ସେଥିରେ ସାଢ଼େ ୬ଟନ୍‌ ଅଧିକ ବଜୁରି ଲୋଡ୍‌ ହୋଇଥିଲା। ପଳାସୁଣୀ ଛକରେ ରାସ୍ତା ଜାମ୍‌ ଥିବା ଦେଖି ନନ୍ଦ ହଠାତ୍ ହଡ଼ବଡ଼େଇ ଯାଇଥିଲା। ଦ୍ରୁତ ଗତି ଓ ଓଭରଲୋଡ୍‌ ଥିବାରୁ ସେ ବ୍ରେକ୍‌ ମାରିଥିଲେ ବି ଗାଡ଼ି ଅଟକି ନଥିଲା। ତେଣୁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ବିଦ୍ୟୁତ୍ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ଜୀବନ ଚାଲିଯାଇଛି।