ଭୁବନେଶ୍ବର: ମହାତ୍ମା ଗାନ୍ଧୀ କହିଥିଲେ, ଭାରତର ଆତ୍ମା ଗାଁରେ ରହିଛି। ଗାଁର ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ। ପଲ୍ଲୀ ପସରା ସାହିତ୍ୟ ପତ୍ରିକାକୁ ଉନ୍ମୋଚନ କରି ପୂର୍ବତନ ସାଂସଦ ମୋହନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ମଲ୍ଲିମାଳତୀ ଶିକ୍ଷା ଚାରିଟେବୁଲ୍‌ ଟ୍ରଷ୍ଟର ଏହି ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍‌ ଡ. କୁମରବର ଦାସ ସାଂପ୍ରତିକ ସାମାଜିକ ପରିସ୍ଥିତିରେ ଗ୍ରାମାଞ୍ଚଳର ବିକାଶ ଓ ସେଥିରେ ଉପୁଜୁଥିବା ବାଧା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

Advertisment

ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ ତଥା କବି ନିରାକାର ଦାସ ଗ୍ରାମାଞ୍ଚଳର ସମସ୍ୟା ଉପରେ ଆଲୋକପାତ କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷା ତଥା ପଲ୍ଲୀପସରାର ସମ୍ପାଦିକା ସ୍ବର୍ଣ୍ଣଲତା ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପତ୍ରିକାର ମୁଖ୍ୟ ସଂପାଦକ ତଥା ନିମାପଡ଼ା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କୁଞ୍ଜବିହାରୀ ମହାନ୍ତି ଓ ଶିକ୍ଷାବିତ୍ ସଚ୍ଚିଦାନନ୍ଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟ୍ରଷ୍ଟର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ପତ୍ରିକାର ସହ ସଂପାଦକ ତଥା ଗାଳ୍ପିକ ନିରଦବରଣ ଏହି ଉତ୍ସବକୁ ପରିଚାଳନା କରିଥିବା ବେଳେ ଲେଖକ ନିରଂଜନ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଗୀତିକବି ନିଲମ କୁମାର ପରିଡ଼ାଙ୍କୁ ପଲ୍ଲିପସରା ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା।