ହସେଇବ ପଞ୍ଚମବେଦ ନାଟକ ମହୋତ୍ସବ

ଭାଗ୍ୟଶାଳୀ ଦର୍ଶକ ବି ପାଇବେ ପୁରସ୍କାର

ଭୁବନେଶ୍ୱର : ନାଟ୍ୟାନୁଷ୍ଠାନ ‘ପଞ୍ଚମବେଦ’ ପକ୍ଷରୁ ଚତୁର୍ଦଶ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଏବଂ ପଞ୍ଚମବେଦ ସମ୍ମାନ ପ୍ରଦାନ ଉତ୍ସବ ଆସନ୍ତା ୧୨ରୁ ୫ ଦିନ ଧରି ଅନୁଷ୍ଠିତ ହେବ। ଚଳିତ ବର୍ଷ ସମସ୍ତ ନାଟକରୁ ହାସ୍ୟରସର ମଜା ଉଠାଇବେ ଦର୍ଶକ। ନାଟକ ‘ଠିଆ ପାଲା’, ‘ସିଦ୍ଧାନ୍ତ’, ‘ଲେଖୁଲେଖୁ ଲେଖିଦେଲି’, ‘ଏନ୍‌ ଗ୍ୟାବ୍ରିଡନ୍‌’ ଏବଂ ‘ପିତୃ ନିବାସ’ ନାଟକ ପରିବେଷଣ କରାଯିବ। ଏଥିସହ ଅଜିତ ଦାସ, ରବୀନ୍ଦ୍ର କୁମାର ଦାସ, ସନ୍ତୋଷ ମହାନ୍ତି, ରଣଜିତ ପଟ୍ଟନାୟକ ଏବଂ କୃପାସିନ୍ଧୁ ବେହେରା ପ୍ରମୁଖ ନାଟ୍ୟ ବ୍ୟକ୍ତିଙ୍କୁ ପଞ୍ଚମବେଦ ସମ୍ମାନରେ ସମ୍ମାନିତ କରାଯିବ। ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ସହ ପୁରସ୍କୃତ କରାଯିବ। ଆଜି ପଞ୍ଚମବେଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ହରେନ୍‌ ସାହୁ, ସମ୍ପାଦକ ପ୍ରକାଶ ମହାରଣା, ସୁରେନ୍ଦ୍ର ନାଥ ଗୌଡ଼ ଏବଂ ନରେନ୍‌ ସାହୁ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଥିଲେ। ଏହି ଅବସରରେ ‘ସ୍ରିଷ୍ଟି’ ସହଯୋଗରେ ଦର୍ଶକମାନଙ୍କୁ କୁପନ ଦେଇ ଲକି ଡ୍ର ଜରିଆରେ ପୁରସ୍କୃତ କରାଯିବ। ଦର୍ଶକମାନେ ନାଟକ ଦେଖିବା ସହ ୨ଟି ପ୍ରଶ୍ନର ଉତ୍ତର ଦେଇପାରିଲେ ହିଁ ପୁରସ୍କୃତ ହୋଇପାରିବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର