ଭୁବନେଶ୍ବର : ପଞ୍ଚାନନ ଜେନା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପଞ୍ଚାନନ ଜେନାଙ୍କ ୮୧ତମ ଜୟନ୍ତୀ ପିଜେ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁନ୍ସରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ସାଂସଦ ମୁନ୍ନା ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ନାଗରିକ ହେବା ଓ ଦେଶର ସମୃଦ୍ଧିରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଟ୍ରଷ୍ଟ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମଗୁଡ଼ିକ ଦ୍ବାରା ସମାଜର ବହୁମୁଖୀ ଉନ୍ନତି ସାଧିତ ହେବ ବୋଲି କହିଥିଲେ। ଏହି ଅବସରରେ ଲକଡାଉନ୍ ସମୟରେ ଅସହାୟମାନଙ୍କୁ ସହଯୋଗ କରିଥିବା ଡ. ବିଜୟ କେତନ ଦାଶଙ୍କୁ ପଞ୍ଚାନନ ଜେନା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ଟ୍ରଷ୍ଟର ମୁଖପତ୍ର ‘ଅଭୀପ୍ସା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଡ. ଇପ୍ସିତା ପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ଅଧ୍ୟକ୍ଷ ସଂଜୟ କୁମାର ଦାଶ ଧନ୍ୟବାଦ ଦେଇଥିଲେ। ସକାଳେ ଟ୍ରଷ୍ଟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଜେନା, ଅଧ୍ୟକ୍ଷ ଶ୍ରୀ ଦାଶ, ଭାଇସଚେୟାରମ୍ୟାନ୍ ପ୍ରମୋଦ କୁମାର ଜେନା ପ୍ରମୁଖ ବ୍ରହ୍ମେଶ୍ବର ପାଟଣାସ୍ଥିତ ବୃଦ୍ଧାଶ୍ରମରେ ଅନ୍ତୋବସୀମାନଙ୍କୁ ଫଳ ଓ ମିଠା ବାଣ୍ଟିଥିଲେ।
ପଞ୍ଚାନନ ଜେନାଙ୍କ ସ୍ମୃତିସଭା : ଦେଶର ସମୃଦ୍ଧିରେ ଭାଗ ନିଅନ୍ତୁ ଯୁବପିଢ଼ି
/sambad/media/post_attachments/wp-content/uploads/2021/01/panchanan-jena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)