ଗଛ ଲଗାଇଲା ପଞ୍ଚସଖାନଗର ମହିଳା ପରିଷଦ

ଖଣ୍ଡଗିରି: ପଞ୍ଚସଖାନଗର ମହିଳା ପରିଷଦ ପକ୍ଷରୁ ନଗରର ବିଭିନ୍ନ ସ୍ଥାନରେ ବ୍ୟାପକ ବୃକ୍ଷ‌ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ ବିଭାଗ ପକ୍ଷରୁ ମିଳିଥିବା ପ୍ରାୟ ଶହେ ଚାରାକୁ କଲୋନିର ଭିନ୍ନ ଭିନ୍ନ ରାସ୍ତାକଡ଼, ମନ୍ଦିର ପରିସର ଓ ଅନ୍ୟାନ୍ୟ ଉପଯୁକ୍ତ ସ୍ଥାନରେ ରୋପଣ କରାଯାଇଛି। ସଭାନେତ୍ରୀ ଅନ୍ନପୂର୍ଣା ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବରିଷ୍ଠ ନାଗରିକ ଦୁର୍ଗାପ୍ରସାଦ ଦାସ ଓ ତାଙ୍କ ଧର୍ମପତ୍ନୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। କଲୋନିକୁ ସବୁଜ ସୁନ୍ଦର କରିବା ପାଇଁ ମହିଳାମାନଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଞ୍ଚସଖ‌ାନଗର ମହିଳା ସଂଗଠନ ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଭାବେ ବିଭିନ୍ନ ସମାଜକଲ୍ୟାଣ କାମ କରିଆସୁଛି। ବାତ୍ୟା ଫନି ପ୍ରପୀଡ଼ିତ ଲୋକଙ୍କୁ ସହଯୋଗ କରିବା ପାଇଁ ଏହି ସଂଗଠନ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଓ ସାତପଡ଼ା ଅଞ୍ଚଳରେ ବିପନ୍ନଙ୍କୁ ରିଲିଫ୍ ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର