ଭୁବନେଶ୍ୱର: କିଏ ସାଦା ଦହି ପଣା ପିଉଥିଲା ତ କିଏ ଚକଲେଟ୍ ପଣା ପାଇଁ ଧାଡ଼ିରେ ଠିଆ ହୋଇଥିଲା। ତ ଆଉ କିଏ ନିଜେ ପିଇବା ସହିତ ନିଜ ସାଙ୍ଗସାଥୀଙ୍କୁ ଡାକି ଆଣୁଥିଲା। ଏଭଳି ଦେଖିବାକୁ ମିଳିଥିଲା ‘ସମ୍ୱାଦ ଡିଜିଟାଲ’ ଓ ‘କସ୍ତୁରୀ ଛତୁଆ’ର ମିଳିତ ଆନୁକୂଲ୍ୟରେ ରାମ ମନ୍ଦିର ସାମ୍ନାରେ ବିଷୁବ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ପଞ୍ଚହାଣ୍ଡି ପଣା ଉତ୍ସବରେ। କାର୍ଯ୍ୟକ୍ରମରେ ଅତିଥି ଭାବେ ‘ସମ୍ୱାଦ’ର ସମ୍ପାଦିକା ତନୟା ପଟ୍ଟନାୟକ ଯୋଗଦେଇ ପଣା ଓଡ଼ିଆ ପରମ୍ପରାର ଏକ ସ୍ୱତନ୍ତ୍ର ଅଂଶ ବୋଲି କହିଥିଲେ। ଯୁବପିଢ଼ି ଯେପରି ଜୁସ୍, ଥଣ୍ଡା ତଥା ଅନ୍ୟାନ୍ୟ ମୃଦୁ ପାନୀୟ ବଦଳରେ ପଣା ପିଇବେ ତାହା ଆମେ ଚେଷ୍ଟା କରିବା ଉଚିତ ବୋଲି ସେ ମତପ୍ରକାଶ କରିଥିଲେ। ଏହି ଅବସରରେ ତୁଳସୀ ଚଉରାରେ ବସୁନ୍ଧରା ଠେକି ବନ୍ଧାଯାଇ ପାଣି ଦିଆଯାଇଥିଲା।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ‘କସ୍ତୁରୀ ଛତୁଆ’ର ପରିଚାଳନା ନିର୍ଦ୍ଦେଶକ ସୁରେଶ ପାତ୍ର ଯୋଗଦେଇ କହିଲେ, ଆମ ଓଡ଼ିଶା ସଂସ୍କୃତିରେ ବେଲ ପଣା, ଆମ୍ୱ ପଣା ପୂର୍ବରୁ ଥିଲା। ପରେ ପରେ ସ୍ୱାଦ ବଢ଼ାଇବା ପାଇଁ ଏଥିରେ ଅନ୍ୟାନ୍ୟ ଫଳ ସମେତ ଛତୁଆର ମିଶ୍ରଣ କରାଗଲା। ଲୋକମାନେ ମଧ୍ୟ ଏହାକୁ ଆଦର କଲେ ବୋଲି ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବରିଷ୍ଠ ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗଦେଇ ଆମ ଦେବଦେବୀଙ୍କ ନିକଟରେ ପଣା ପ୍ରଦାନ ବହୁ ପୁରୁଣା। ସମୟ ବଦଳିବା ସହିତ ପଣାର ପ୍ରକାର ବଦଳିଛି ସତ କିନ୍ତୁ ଏହାର ଆଦୃତି ପୂର୍ବ ଭଳି ରହିଛି ବୋଲି କହିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ‘କସ୍ତୁରୀ ଛତୁଆ’ର ଅନ୍ୟତମ ପ୍ରତିଷ୍ଠାତା ବୀଣା ପାତ୍ର, ନିର୍ଦ୍ଦେଶକ ଅଂଶୁମାନ ପାତ୍ର ଓ ଅଶୋକ ପାତ୍ର, ‘ସମ୍ୱାଦ ଗ୍ରୁପ୍’ର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ପ୍ରହଲ୍ଲାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ପୁଷ୍ପକ ରାଉତ।
‘ସମ୍ବାଦ ଡିଜିଟାଲ’ ଓ ‘କସ୍ତୁରୀ ଛତୁଆ’ ପକ୍ଷରୁ ପଞ୍ଚହାଣ୍ଡି ପଣା: ଓଡ଼ିଆ ପରମ୍ପରାର ସ୍ୱତନ୍ତ୍ର ଅଂଶ ‘ପଣା’
/sambad/media/post_attachments/wp-content/uploads/2024/04/dgjgjggdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)