ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ମେଣ୍ଢାଶାଳରେ ପଞ୍ଚୁଦୋଳ ମେଳଣ ଉଦ୍ଯାପିତ ହୋଇଛି। ୫ଦିନ ଧରି ଚାଲିଥିବା ଏହି ମେଳଣରେ ଶେଷ ଦିନରେ ହରିହର ଭେଟ ହୋଇଛି। ପୂର୍ଣ୍ଣିମାର ୫ଦିନ ପରେ ମଧ୍ୟରାତ୍ରରେ ଜମାଣ ଯାତ୍ରା ହେବା ସହ ଥାନପତି ଶ୍ରୀଶ୍ରୀ ଚନ୍ଦ୍ରଶେଖର ଦେବ, ଗୋପୀନାଥ ଦେବ ଓ କାଶୀ ବିଶ୍ବନାଥ ଦେବ ବିମାନରେ ଆସି ଗାଁର ଭଗବତ ବାସୁଦେବ ମନ୍ଦିର ସମ୍ମୁଖରେ ଭୋଗ ଖାଇଥିଲେ। ବିମାନ ଯୋଗେ ଶ୍ରୀବିଗ୍ରହମାନେ ଗ୍ରାମ ପରିକ୍ରମା କରିବା ପରେ ଗାଁ ମୁଣ୍ଡରେ ଥିବା ବାଲୁଙ୍କେଶ୍ବର ମହାଦେବ ମେଳଣ ପଡ଼ିଆରେ ଏକାଠି ହୋଇଥିଲେ। ଗିରିଙ୍ଗାପୁଟ, ଦେଉଳିଆ ପାଟଣା, ଘଙ୍ଗାପାଟଣା, ଜାମୁଝରୀ, କାଇମାଟିଆ, ତମାଣ୍ଡୋ, କାଟେଣୀ, କଣ୍ଟାବାଡ଼, ପାଇକରାପୁର, ଶ୍ୟାମପୁର, ମଦନପୁର, ଜାଗମରା ପାଟଣା, ପଳାସପୁର, ଛତାବର ପ୍ରଭୃତି ଗ୍ରାମରୁ ଦୋଳ ବିମାନରେ ଶ୍ରୀବିଗ୍ରହମାନେ ଏଠାରେ ଏକତ୍ରିତ ହୋଇଥିଲେ। ସେଠାରେ ଫଗୁ ଖେଳ ହୋଇଥିଲା। ଶେଷରେ ଥାନପତିଙ୍କ ସହ ହରିହର ଭେଟ ହୋଇଥିଲା।
ମେଣ୍ଢାଶାଳରେ ପଞ୍ଚୁଦୋଳ ମେଳଣ ଉଦ୍ଯାପିତ
/sambad/media/post_attachments/wp-content/uploads/2019/03/Untitled-15-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)