ଭୁବନେଶ୍ୱର: ଜଣେ ଡାକ୍ତର ଭଲ ହୁଅନ୍ତୁ କି ଖରାପ, ତାଙ୍କୁ ମଣିଷ ବିଶ୍ୱାସ କରିଥାଏ। କାରଣ ମଣିଷ ବଞ୍ଚି ରହିବା ପାଇଁ ଯେତିକି ଟିକେ ଆଶା ଓ ଆତ୍ମବିଶ୍ୱାସର ଆବଶ୍ୟକତା ରହିଥାଏ, ତାହା ଆମକୁ ଡାକ୍ତର ଯୋଗାଇଥା’ନ୍ତି। ସେହିପରି ଜ୍ୟୋତିଷଶାସ୍ତ୍ର ମଣିଷ ମନରେ ଆଶା ସଞ୍ଚାର କରିଥାଏ, ଯାହାକୁ ନେଇ ସେ ନିଜ ଜୀବନର ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଥାଏ। ଆଜି ‘ସମ୍ବାଦ ଭବନ’ରେ ପଣ୍ଡିତ ନିରଞ୍ଜନ ବ୍ରହ୍ମାଙ୍କ ଲିଖିତ ୩ଟି ପୁସ୍ତକର ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ବ୍ରହ୍ମାଙ୍କର ‘ଭାରତୀୟ ଆଦିବାସୀ ଅନୁଭୂତି ଚିକିତ୍ସା’, ‘ପ୍ରାଥମିକ ଜ୍ୟୋତିଷ ଶିକ୍ଷା’ ଏବଂ ‘ମୁହୂର୍ତ୍ତ ନିର୍ଣ୍ଣୟ ଓ ଅନୁଭୂତି ଜ୍ୟୋତିଷାର୍ଣ୍ଣବ କାଳଅଂଶ ନିର୍ଣ୍ଣୟମ୍’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ସଭାରେ ଅନ୍ୟତମ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ଯୋଗ ଦେଇ ଶ୍ରୀ ବ୍ରହ୍ମାଙ୍କ ପୁସ୍ତକ ଓ ତାଙ୍କ ଜାତକ ଦର୍ଶନ ଉପରେ ଥିବା ଅଭିଜ୍ଞତା ବିଷୟରେ ଆଲୋଚନା କରିଥିଲେ। ପଣ୍ଡିତ ବ୍ରହ୍ମା ତାଙ୍କ ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଲେ, ସାଧାରଣ ଲୋକଙ୍କୁ ଜ୍ୟୋତିଷଶାସ୍ତ୍ର ବିଷୟରେ ଅବଗତ କରାଇବା ପାଇଁ ଏହି ପୁସ୍ତକ ରଚନା କରାଯାଇଛି। ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମନୋଜ କୁମାର ଲେଙ୍କା, ବଦ୍ରିନାଥ ପଟ୍ଟନାୟକ, ଦେଓ ପ୍ରସାଦ ଓ ଆର୍ତ୍ତତ୍ରାଣ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଡାକ୍ତରୀ ଓ ଜ୍ୟୋତିଷ ବିଦ୍ୟା ମନରେ ଆଶା ସଞ୍ଚାର କରେ
ପଣ୍ଡିତ ନିରଞ୍ଜନ ବ୍ରହ୍ମାଙ୍କ ପୁସ୍ତକ ଉନ୍ମୋଚିତ
/sambad/media/post_attachments/wp-content/uploads/2018/09/m12-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)