ଚାନ୍ଦି ଭଣ୍ଡାରରେ ‘ପଣିହାରୀ’ କଲେକ୍ସନ୍‌

ଭୁବନେଶ୍ବର: ସହିଦନଗରସ୍ଥିତ ଚାନ୍ଦି ଭଣ୍ଡାରରେ ଆଜି ସମ୍ଭାର ‘ପଣିହାରୀ’କୁ ଉନ୍ମୋଚନ କରାଯାଇଛି। ଚାନ୍ଦି ଭଣ୍ଡାରର ତତ୍ତ୍ବାବଧାୟକ ଲିପ୍‌ସା ହଂସ ଓ ମାନିକ ହଂସଙ୍କ ଉପସ୍ଥିତିରେ ନୂତନ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଏଥିରେ ଭଳିକି ଭଳି ଆକର୍ଷଣୀୟ ରୁପା ଗହଣା ରହିଛି। ସେଗୁଡ଼ିକ ହେଲା, ଚୋକର, ପେଣ୍ଡଣ୍ଟ୍‌, ବ୍ରେସ୍‌ଲେଟ୍‌, ଆଡ୍‌ଜଷ୍ଟେବଲ ଷ୍ଟ୍ରାପ୍‌, କାନଫୁଲ, ହାତ ମୁଦି, ପାଉଁଜି। ଏହି ‘ପଣିହାରୀ’ ନାଁଟି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରୁ ଉଦ୍ଧୃତ। ଉପହାର ଦେବା ପାଇଁ ଏହା ଏକ ଭଲ ଗହଣା। ମେ’ ୨୨ରୁ ୨୭ ଭିତରେ ଗ୍ରାହକମାନେ ଆସି ଏହି ସମ୍ଭାର ନେଇପାରିବେ।

ଏଥିସହ ରଜ ଏବଂ ସାବିତ୍ରୀ ଉପଲକ୍ଷେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର୍‌ ମଧ୍ୟ ରଖାଯାଇଛି। ମେ’ ୧୩ରୁ ଜୁନ୍‌ ୧୬ ମଧ୍ୟରେ ଏହି ଅଫର୍‌ ମାଧ୍ୟମ‌ରେ ଗ୍ରାହକମାନେ ଗଢ଼ା ମୂଲ୍ୟରେ ୩୦ ପ୍ରତିଶତ ରିହାତି ପାଇପାରିବେ। ଏହି ଅଫର୍‌ ଓଡ଼ିଶାର ବିଭିନ୍ନ ଶାଖା ତଥା ରାଜଧାନୀର ସହିଦନଗର, ପଟିଆ ଓ ରାଉରକେଲା ସୋ’ ରୁମ୍‌ରେ ମଧ୍ୟ ଉପଲବ୍ଧ ହେବ। ଆଗାମୀ ଦିନରେ ଚାନ୍ଦି ଭଣ୍ଡାରର ଅନୁଗୁଳରେ ଏକ ଶାଖା ଖୋଲିବ ବୋଲି ଷ୍ଟୋର୍‌ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର