ପପୁ ପମ୍‌ପମ୍‌ଙ୍କ କାଷ୍ଟିଂ କାଉଚ୍‌ ମାମଲା

ପୀଡ଼ିତାଙ୍କ ମା’ଙ୍କ ବୟାନ ରେକର୍ଡ

ଭୁବନେଶ୍ୱର : ଜଣେ ନାବାଳିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ବାହାନାରେ ଓଡ଼ିଆ ଫିଲ୍ମ ଜଗତର ଚର୍ଚିତ ହାସ୍ୟ କଳାକାର ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମୁପମ୍‌ଙ୍କ କାଷ୍ଟିଂକାଉଚ୍‌ ମାମଲାରେ ଆଜି ପୋକ୍ସୋ (ସ୍ପେସାଲ୍‌ ପ୍ରୋଟେକ୍ସନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫନ୍‌ସେସ୍‌) କୋର୍ଟରେ ହାଜର ହୋଇଥିଲେ ପୀଡ଼ିତାଙ୍କ ମା’। ସେଠାରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ତାଙ୍କ ଝିଅ ସହିତ ପପୁଙ୍କର ଭଲ ସଂପର୍କ ଥିଲା। ବୋଲି ସେ କହିଥିବା ବେଳେ ପୁଲିସ ଓ ଚାଇଲ୍‌ଡ େଓ୍ଵଲଫେୟାର୍‌ କମିଟି(ସିଡବ୍ଲୁସି)ର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ପୁଲିସ ଓ ସିଡବ୍ଲୁସି ବିନା ଅନୁମତିରେ ତାଙ୍କ ଝିଅକୁ ନେଇ ଯାଇଥିଲେ। ଏପରିକି ଏ ସଂପର୍କରେ ତାଙ୍କୁ କିଛି ସୂଚନା ଦିଆଯାଇ ନଥିଲା। ତାଙ୍କ ଝିଅ ମଧ୍ୟ ତାଙ୍କୁ ଏ ସଂପର୍କରେ କିଛି କହି ନଥିଲେ। ଏ ବିଷୟରେ ସେ ଟିଭିରୁ ଜାଣିବାକୁ ପାଇଥିଲେ। ଅନ୍ୟପକ୍ଷରେ ପପୁଙ୍କ ସହିତ ତାଙ୍କର ଉତ୍ତମ ସଂପର୍କ ରହିଥିଲା ବୋଲି ପୀଡ଼ିତାଙ୍କ ମା’ କୋର୍ଟକୁ ଜଣାଇଛନ୍ତି।

ସୂଚନା ଯୋଗ୍ୟ ଯେ, ଜୁଲାଇ ୧ ତାରିଖରେ ପୋକ୍ସୋ କୋର୍ଟରେ ପପୁଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଥିଲା। ଆଇପିସିର ଧାରା ୩୪୧, ୩୨୩ ଏବଂ ୩୫୪ ଏବଂ ସେକ୍ସନ୍‌ ୮ ଓ ୧୨ରେ ପୋକ୍ସୋ କୋର୍ଟରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। କମିସନରେଟ୍‌ ପୁଲିସ ଏହି ଘଟଣାରେ ପପୁ ଓ ତାଙ୍କର ଜଣେ ସହଯୋଗୀ ଗିଟୁଙ୍କ୍‌ୁ ପୁରୀରୁ ଗିରଫ କରିଥିଲା। ଉଭୟଙ୍କୁ ଅଗଷ୍ଟ ୧୦ରେ ହାଇକୋର୍ଟରୁ ଜାମିନ ମିଳିଥିଲା।

ସମ୍ବନ୍ଧିତ ଖବର