ପ୍ରଖ୍ୟାତ ଲେଖିକା ତସ୍ଲିମା ନସ୍ରିନ୍ ଓ ଏ.ଆର୍ ରହେମାନ୍ଙ୍କ ଝିଅ ଖତିଜାଙ୍କ ‘ବୁର୍ଖା ଯୁଦ୍ଧ’ ସାମାଜିକ ଗଣମାଧ୍ୟମକୁ ସରଗରମ୍ କରିଦେଇଛି। ଗତ ୧୧ତାରିଖ ଦିନ ତସ୍ଲିମା ବୁର୍ଖାରେ ଥିବା ଖତିଜାଙ୍କ ଏକ ଫଟୋ ସେୟାର୍ କରି ଲେଖିଥିଲେ, ମୁଁ ଏ.ଆର୍ ରହେମାନ୍ଙ୍କ ସଙ୍ଗୀତର ବହୁତ ବଡ଼ ପ୍ରଶଂସକ। କିନ୍ତୁ ମୁଁ ଯେତେବେଳେ ତାଙ୍କ ଝିଅଙ୍କୁ ଦେଖେ, ଅଣନିଃଶ୍ବାସୀ ହୋଇପଡ଼େ। ଗୋଟିଏ ସାଂସ୍କୃତିକ ପରିବାରର ଶିକ୍ଷିତ ଝିଅ ଏତେ ସହଜରେ କାହା କଥାରେ ଭାସିଯିବା, ସତରେ ଭାରି ନୈରାଶ୍ୟଜନକ।’ ନସ୍ରିନ୍ଙ୍କ ଏହି ଟ୍ବିଟ୍ ୧୭୦୦ ଥର ସେୟାର କରାଯାଇଥିବା ବେଳେ ୬ହଜାର ଲୋକ ଏହାକୁ ଲାଇକ୍ କରିଛନ୍ତି। ତେବେ ଖତିଜାଙ୍କ ଟ୍ବିଟର୍ ଆକାଉଣ୍ଟ ନଥିବାରୁ ସେ ନସ୍ରିନ୍ଙ୍କ ଟ୍ବିଟ୍ର ଏକ ସ୍କ୍ରିନ୍-ସଟ୍ ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରି ଲେଖିଛନ୍ତି, ଦେଶରେ ଏତେ ସବୁ ଘଟଣା ଘଟୁଛି। କିନ୍ତୁ କିଛି ଲୋକ ମହିଳାମାନଙ୍କ ଖଣ୍ଡେ କପଡ଼ା ପଛରେ ପଡ଼ିଛନ୍ତି। ଖତିଜା ଆହୁରି ଲେଖିଛନ୍ତି, ପ୍ରିୟର ନସ୍ରିନ୍, ମତେ ଦେଖି ଆପଣଙ୍କୁ ଅଣନିଃଶ୍ବାସୀ ଲାଗୁଥିବାରୁ ମୁଁ ବହୁତ ଦୁଃଖିତ। ଏଣୁ କିଛି ପବନ ପିଅନ୍ତୁ। କାରଣ ମୁଁ ମୋ ପୋଷାକକୁ ନେଇ ଅଣନିଃଶ୍ବାସୀ ନୁହେଁ, ଓଲଟା ଗର୍ବିତ। ମୁଁ ଆପଣଙ୍କୁ ପରାମର୍ଶ ଦେଉଛି, ‘ନାରୀବାଦ’ କ’ଣ ଟିକେ ପଢ଼ି କରି ଆସନ୍ତୁ। କାରଣ କୌଣସି ନାରୀକୁ ତଳକୁ ଟାଣିବା କିମ୍ବା ତାଙ୍କ ବାପାଙ୍କୁ ଅଯଥାରେ ଅପମାନିତ କରିବା ‘ନାରୀବାଦ’ ନୁହେଁ ବୋଲି ଖତିଜା ଲେଖିଛନ୍ତି। ଖତିଜାଙ୍କ ନାମ ଉଲ୍ଲେଖ ନ କରି ନସ୍ରିନ୍ ପୁଣି ଟ୍ବିଟ୍ କରିଛନ୍ତି, ବୁର୍ଖାବାଲୀମାନେ ସଶକ୍ତ। ସ୍ବାଧୀନତା ହେଉଛି ଦାସତ୍ବ ଓ ଅଜ୍ଞତା ହିଁ ଶକ୍ତି।
ପରଦା: ତସ୍ଲିମା ନସ୍ରିନ୍ ଓ ଏ.ଆର୍ ରେହମାନ୍ ଝିଅଙ୍କ ବୁର୍ଖା ଯୁଦ୍ଧ
/sambad/media/post_attachments/wp-content/uploads/2020/02/fg65j498dg7j98dg7j98dg7j98dg7jdg98jdgjdgjdgjdgjdgjdgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)