ପରଦା: ଆନନ୍ଦ ଏଲ୍‌ ରାଏଙ୍କ ‘ଅତ୍‌ରଙ୍ଗୀ ରେ’ରେ ସାରା ଅଲ୍ଲୀ ଖାନ୍‌, ଧନୁଷ୍‌

‘ଲଭ୍ ଆଜ୍ କଲ୍’ ଓ ‘କୁଲି ନମ୍ବର ୱାନ୍’ ପରେ ସାରା ଅଲ୍ଲୀ ଖାନ୍‌ ଏବେ ଦକ୍ଷିଣ ଭାରତୀୟ ସୁପର୍‌ଷ୍ଟାର୍ ଧନୁଷଙ୍କ ସହିତ ନିର୍ଦେଶକ ଆନନ୍ଦ ଏଲ୍ ରାଏଙ୍କ ଆଗାମୀ ଚଳଚ୍ଚିତ୍ର ‘ଅତ୍‌ରଙ୍ଗୀ ରେ’ରେ ନଜର ଆସିବେ।

ଏହି ଚଳଚ୍ଚିତ୍ରରେ ବଲିଉଡ୍‌ର ଖିଲାଡି ଅକ୍ଷୟ କୁମାର୍ ସ୍ବତନ୍ତ୍ର ଭୂମିକାରେ ନଜର ଆସିବେ। ଏହାର ସୁଟିଂ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ। ଉଭୟ ସାରା ଓ ଅକ୍ଷୟ ଏହି ଚଳଚ୍ଚିତ୍ର ପାଇଁ ଉତ୍ସାହିତ ଅଛନ୍ତି। ଧନୁଷ ମଧ୍ୟ ବେଶ୍ ଖୁସି ଅଛନ୍ତି। ଏହା ତାଙ୍କର ବଲିଉଡ୍‌ରେ ତୃତୀୟ ଫିଲ୍ମ ଏବଂ ଆନନ୍ଦଙ୍କ ସହ ଦ୍ବିତୀୟ ଫିଲ୍ମ। ଏହା ପୁର୍ବରୁ ଧନୁଷ ଓ ଆନନ୍ଦଙ୍କ ଯୋଡି ବଲିଉଡ୍‌କୁ ‘ରାନ୍‌ଝଣା’ ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଥିଲେ। ଏହି ଚଳଚ୍ଚିତ୍ର ପରେ ଧନୁଷ ଦକ୍ଷିଣ ଫିଲ୍ମଜଗତ ସହ ବଲିଉଡ୍‌ରେ ମଧ୍ୟ ନିଜ ଅଭିନୟର ଛାପ ଛାଡିଥିଲେ। ଆନନ୍ଦଙ୍କ ଚଳଚ୍ଚିତ୍ରରେ ଅଭିନୟ କରୁଥିବାରୁ ସାରା ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ନିଜକୁ ଭାଗ୍ୟବାନ ମଣୁଛନ୍ତି। ଅତରଙ୍ଗୀ ଚଳଚ୍ଚିତ୍ରର କାହାଣୀ ହିମାଂଶୁ ଶର୍ମା ଲେଖିଥିବା ବେଳେ ପ୍ରଯୋଜନା କରିଛନ୍ତି ଭୂଷଣ କୁମାର। ଏ ଆର୍‌ ରହେମାନ ଏହାର ସଂଗୀତ ନିର୍ଦେଶନା ଦେଉଛନ୍ତି।

ସମ୍ବନ୍ଧିତ ଖବର