ସ୍ବାଧୀନତା ଦିବସ ପାଇଁ ପରେଡ୍‌ ଅଭ୍ୟାସ

ଭୁବନେଶ୍ବର: ଚଳିତ ବର୍ଷ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଚିତ୍ତାକର୍ଷକ ପରେଡ୍‌ ଦେଖିବାକୁ ମିଳିବନାହିଁ। କରୋନା କଟକଣାରେ ପାଳିତ ହେବାକୁ ଥିବା ଏହି ପରେହ୍‌ ବେଳେ ସାଧାରଣ ଲୋକଙ୍କୁ ପଡ଼ିଆ ଭିତରକୁ ପଶିବାକୁ ଅନୁମତି ମିଳବ ନାହିଁ। ପ୍ରଦର୍ଶନୀ ପଡ଼ିଆକୁ ହାଇ-ଆଲର୍ଟ ଜୋନ୍ ଭାବେ କମିସନରେଟ୍‌ ପୁଲିସ ଘୋଷଣା କରିଛି। ପଡ଼ିଆ ଚାରି ପାଖ ବିଲ୍ଡିଂ ଓ ସରକାରୀ ପ୍ରତିଷ୍ଠାନ ସବୁକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ପୂର୍ବ ଭଳି ପରେଡ୍‌ରେ ୪୬ଟି ଦଳକୁ ଭାଗ ନେବାକୁ ଅନୁମତି ମିଳିଛି। ଉତ୍ସବରେ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ନେଇ ପ୍ରାୟ ୫୦ ଜଣ ଅତିଥି ଉପସ୍ଥିତ ରହିବେ। ଏହି ଅବସରରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ।

ଏ ନେଇ ବୁଧବାର ଅପରାହ୍‌ଣରେ ପ୍ରଦର୍ଶନୀ ପଡ଼ିଆରେ ପୁଲିସ ଟିମ୍‌ ରିହର୍ସାଲ କରିଛି। ରିହର୍ସାଲ ବେଳେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଉମାଶଙ୍କର ଦାଶ ଉପସ୍ଥିତ ଥିଲେ। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ (ଏସ୍‌ଏସ୍‌ବି), ଓଡ଼ିଶା ସ୍ପେସାଲ୍‌ ଆର୍ମଡ୍ ପୁଲିସ (ଓଏସ୍‌ଏପି) ଓ ଓଡ୍ରାଫ୍‌ର ୩ଟି ଟ୍ରୁପ୍‌ ଏହି ଅଭ୍ୟାସ କରିଥିଲେ। ଷଷ୍ଠ ଓ ସପ୍ତମ ବାଟାଲିୟନ ପକ୍ଷରୁ ମିଳିତ ଭାବେ ପୁଲିସ୍ ବ୍ୟାଣ୍ଡ୍ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର