ଏମ୍‌ସରେ ପାରାଲିମ୍ପିକ୍ସ ଖେଳାଳିଙ୍କ ଅସ୍ତ୍ରୋପଚାର: ୩ ୟୁନିଟ୍‌ ରକ୍ତ ଆବଶ୍ୟକ

ଭୁବନେଶ୍ବର: ପାରା ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଶଂସା ପାଇଥିବା ସମ୍ବଲପୁର ଅଧିବାସୀ ରୋହନ୍‌ ସରାଫଙ୍କ ତୃତୀୟଥର ପାଇଁ ଏମ୍‌ସରେ ଅସ୍ତ୍ରୋପଚାର ହେବ। ୫ ତାରିଖରେ ହେବାକୁ ଥିବା ଏହି ଅସ୍ତ୍ରୋପଚାର ପାଇଁ ରୋହନଙ୍କୁ ୩ ୟୁନିଟ୍‌ ଏ(-) ରକ୍ତର ଆବଶ୍ୟକତା ଅଛି। ଏମ୍‌ସ ପକ୍ଷରୁ ତାଙ୍କ ପରିବାରକୁ ରକ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି।

ସୂଚନା ଅନୁଯାୟୀ, ରୋହନ ଜନ୍ମରୁ ପୋଲିଓ ଆକ୍ରାନ୍ତ। ପାଠପଢ଼ାଠାରୁ ଆରମ୍ଭ କରି ଖେଳକୁଦ ପର୍ଯ୍ୟନ୍ତ ସବୁଥିରେ ତାଙ୍କର ଦକ୍ଷତା ଅଛି। ଜାତୀୟ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସେ ପୁରସ୍କୃତ ବି ହୋଇଛନ୍ତି। ଭିନ୍ନକ୍ଷମ କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ କ୍ରୀଡ଼ାମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି। ତେବେ ୧୭ବର୍ଷ ବୟସରେ ଅର୍ଥାତ୍‌ ୨୦୧୯ ମସିହାରେ ମେରୁଦଣ୍ଡ ସହିତ ତାଙ୍କ ଶରୀରର ଡାହାଣ ପାର୍ଶ୍ବ ବଙ୍କା ହୋଇଯାଇଥିଲା। ଏଥିଯୋଗୁଁ ଯୁକ୍ତ ଦୁଇ ପାଠରେ ଅଧାରୁ ଡୋରି ବନ୍ଧା ହୋଇଗଲା। ବୁର୍ଲା ଡାକ୍ତରଖାନାରେ ନିରାଶ ହେବା ପରେ ସେ ଏମ୍‌ସରେ ଚିକିତ୍ସିତ ହୋଇଥିଲେ। ଇତିମଧ୍ୟରେ ବେକର ପଛପଟ ଏବଂ ଆଗପଟ ଅସ୍ତ୍ରୋପଚାର ହୋଇଛି। ୫ ତାରିଖର ଅସ୍ତ୍ରୋପଚାର ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର