ପାର୍ବତୀ ଘୋଷଙ୍କ ସ୍ମୃତି ସଭା

ଭୁବନେଶ୍ୱର: ସେ ଚପଳା, ପୁଣି ଚନ୍ଦନା। ହେଲେ ଦୁନିଆ ଜାଣେ ତାଙ୍କୁ ଗୋଟିଏ ନାଁରେ। ପାର୍ବତୀ ଘୋଷ। ସମାଜ ଆଖିରେ ଯେବେ ରକ୍ଷଣଶୀଳତାର ପଟି ବନ୍ଧା ହୋଇଥିଲା ସେ ସମୟରେ ସେ ସାଜିଥିଲେ ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ମହିଳା ନିର୍ଦେଶିକା, ପ୍ରଯୋଜିକା। ୧୯୪୨ମାର୍ଚ ୨୮ରେ ଜନ୍ମିତ ପାର୍ବତୀ ଘୋଷ ଗତ ୧୨ ତାରିଖରେ ଦେହ ଛାଡ଼ିବା ପରେ ଆଜି ପାଲ୍‌ ହାଇଟ୍‌ରେ ଅନୁଷ୍ଠିତ ହୋଇଥିଲା ତାଙ୍କର ସ୍ମୃତି ସଭା। ଭଜନ କୀର୍ତନ ସାଙ୍ଗକୁ ବହୁ ପ୍ରଥିତଯଶା ବ୍ୟକ୍ତିବିଶେଷ ପାର୍ବତୀଙ୍କ କୃତୀର ସ୍ମୃତିକୁ ବୟାନ କରିବା ସହ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଥିଲେ। ୧୯୪୯ରେ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ରରେ ଶିଶୁ ଅଭିନେତ୍ରୀ ଭାବେ ପଦାର୍ପଣ କରି ପାଖାପାଖି ୫ ଦଶନ୍ଧି ପର୍ଯ୍ୟନ୍ତ କଳା ଜଗତ ସହ ସଂଶ୍ଳିଷ୍ଟ ଥିଲେ। ଆଜି ତାଙ୍କର ସ୍ମୃତି ସଭାରେ ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ, ବସନ୍ତ ସାହୁ, ସ୍ୱରୂପ ନାୟକ, ରାଧାରାଣୀ ସର୍କାର, ତ୍ରିପୁରା ମିଶ୍ର, ଉଦୟନ ସୂପକାର, ଶାନ୍ତି ଦାସ, ନଇମା ଆଲାମ, ସୋଫିଆ ଆଲାମ, ଦେବାଶିଷ ମହାପାତ୍ର, ସୂର୍ଯ୍ୟ ଦେଓ, ଦୁଲାଲ ମିଶ୍ର, ଦିଲ୍ଲୀପ ହାଲିଙ୍କ ସମେତ ପାର୍ବତୀଙ୍କ ଭଉଣୀ କ୍ଷୀରୋଦ ନାୟକ, ଝିଅ ରାତ୍ରୀ, ପୁଅ ଶେଖରଦେବ ବର୍ମନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର