ଚନ୍ଦ୍ରଶେଖରପୁର : କିସ୍ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ଆଜି ମହା-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ତ ଓ ଆସାମ ଆଦି ରାଜ୍ୟରୁ ୨ ଲକ୍ଷରୁ ଅଧିକ ଜନଜାତି ଅଭିଭାବକ ଯୋଗଦେଇଥିଲେ। ଚଳିତବର୍ଷ କିସ୍ରେ ରୌପ୍ୟ ଜୟନ୍ତୀ ମହା-ଅଭିଭାବକ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଓଡ଼ିଶାର ୩୦ଟି ଜିଲ୍ଲାରୁ ହଜାର ହଜାର ଅଭିଭାବକ ପାରମ୍ପରିକ ପୋଷାକ, ଧନୁ, ତୀର ଆଦି ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜେଇ ହୋଇ ସକାଳୁ କିସ୍ ପରିସରରେ ପହଞ୍ଚିଥିଲେ। କିସ୍ରେ ପଢ଼ୁଥିବା ସେମାନଙ୍କ ପିଲାମାନଙ୍କ ସହ ସମୟ ବିତାଇବା ସହ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ସମ୍ମିଳନୀରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସଭାପତି ଶାଶ୍ବତୀ ବଳ, ସମ୍ପାଦକ ଆର.ଏନ ଦାଶ, କିସ୍ର ସିଇଓ ପି.କେ ରାଉତରାୟ, ସିଓଓ ସୂର୍ଯ୍ୟକାନ୍ତ ମହାନ୍ତି, କିସ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ଓଡ଼ିଶା ଆଦିବାସୀ ମହାସ˚ଘର ମହାସଚିବ ନିରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସକାଳୁ ଏକ ମାରାଥନ୍ ଅନୁଷ୍ଠିତ ହୋଇଥିଲା।
କିସ୍ରେ ରୌପ୍ୟ ଜୟନ୍ତୀ ମହା-ଅଭିଭାବକ ସମ୍ମିଳନୀ
/sambad/media/post_attachments/wp-content/uploads/2019/01/kiss-college.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)