ଭୁବନେଶ୍ବର: ଦୀର୍ଘ ୪ମାସ ଅପେକ୍ଷାର ଅନ୍ତ ଘଟିଛି। ସମ୍ବିଧାନ ଆଇନ୍ ଓ ନିୟମରୁ ବାହାରି ଆଜି ଜଣେ ୯ବର୍ଷର ନାବାଳକକୁ ତା’ ବାପା-ମା’ ଫେରିପାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ଫେବ୍ରୁଆରି ୧୮ରେ ଲଷ୍ମୀସାଗର ଥାନା ଅଞ୍ଚଳରୁ ନାବାଳକ କାହ୍ନା ଘରୁ କୁଆଡ଼େ ପଳାଇଯାଇଥିଲା। ମଞ୍ଚେଶ୍ୱର ଥାନା ପୁଲିସ କାହ୍ନାକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲା। ବାପା କାମ ପାଇଁ ଘର ଛାଡ଼ି ବାହାରକୁ ଯାଇଥିବାରୁ ପ୍ରାୟ ୮ଦିନ ପରେ ଘରକୁ ଫେରିଥିଲେ। ପୁଅ କୁଆଡ଼େ ଘର ଛାଡ଼ି ଚାଲିଯାଇଥିବା ଖବର ଜାଣିବା ପରେ ଲକ୍ଷ୍ମୀସାଗର ଥାନାର ଏକ ନିଖୋଜ ଏତଲା ଦେଇଥିଲେ। ଦୀର୍ଘ ୪ମାସ ପରେ କାହ୍ନା ସିଡବ୍ଲୁସି ପାଖରେ ରହିବା ପରେ ପରିବାର ଲୋକେ ଗତ ୧୦ଦିନ ତଳେ ଏନେଇ ଅବଗତ ହୋଇଥିଲେ। ପୁଅକୁ ଫେରି ପାଇବାକୁ ଥାନାଠୁ ଆରମ୍ଭ କରି ସିଡବ୍ଲୁସିର ଦ୍ବାରସ୍ଥ ହୋଇଥିଲେ ହେଁ ଆଧାର କାର୍ଡ ଓ ଜନ୍ମ ପ୍ରମାଣପତ୍ର ନଥିବାରୁ କାହ୍ନାକୁ ପରିବାର ଲୋକେ ଫେରିପାଇନଥିଲେ।
ସ୍ଥାନୀୟ ଲୋକପ୍ରତିନିଧିଙ୍କ ଠାରୁ ଏକ ଲିଖିତ ଚିଠି ଆଣିଲେ ଯାଇ କାହ୍ନାକୁ ଫେରାଯିବ ହେବ ବୋଲି କହିବା ପରେ ମଧ୍ୟ ପରିବାର ଲୋକଙ୍କୁ ଦିଆଯାଇନଥିଲା। ତେବେ ଘଟଣା ସଂପର୍କରେ ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ କମିସନ୍ ଅବଗତ ହେବା ପରେ ସିଡବ୍ଲୁସି ଅଧ୍ୟକ୍ଷଙ୍କୁ ଦେଖା କରିବା ସହିତ କାହ୍ନାଙ୍କ ବାପାମା’କୁ ସାଙ୍ଗରେ ଧରି ପୋଲିଓ ଦିଆଯାଇଥିବା ପ୍ରମାଣପତ୍ର, ସ୍ଥାନୀୟ ଜନପ୍ରତିନିଧିଙ୍କ ଲିଖିତ ଚିଠି ଦିଆଯାଇଥିଲା। ଏହା ସହିତ କାହ୍ନା ଯଦି ବାପାମା’ଙ୍କୁ ଚିହ୍ନି ପାରିବ ତେବେ ତାକୁ ହସ୍ତାନ୍ତର ହେବ ବୋଲି ସ୍ପଷ୍ଟ ହୋଇଥିଲା। କାହ୍ନା ବାପାମା’ଙ୍କୁ ଚିହ୍ନିବା ପରେ ଶେଷରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ କାହ୍ନାର ବାପାମା’ ଆଇଏଚ୍ଆର୍ସିର ରାଜ୍ୟ ମୁଖ୍ୟ ଶିବସୁନ୍ଦର ସ୍ୱାଇଁ, ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ଶଶାଙ୍କ ଶେଖର ପଣ୍ଡା ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନାରାୟଣ ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।
୪ମାସ ପରେ ପୁଅକୁ ଫେରିପାଇଲେ ବାପା-ମା’
/sambad/media/post_attachments/wp-content/uploads/2021/07/baby_EPS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)