ଭୁବନେଶ୍ବର: ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବ୍ରୋଥା ସରକାରୀ ଦଳ ନିର୍ଦ୍ଦେଶରେ ତଦନ୍ତ କରି ଜଣେ ନିର୍ଦ୍ଦୋଷକୁ ଅପରାଧୀ ସଜାଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚ୍ଚା। ଏଣୁ ପରୀକୁ ନ୍ୟାୟ ଦେବା ଲାଗି ରାଜ୍ୟ ସରକାର ମାମଲାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିବାକୁ ମହିଳା ମୋର୍ଚ୍ଚା ଆଜି ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଛି।
ମୁଖ୍ୟ ଶାସନ ସଚିବଙ୍କୁ ଭେଟିବାକୁ ଯିବା ବେଳେ ଲୋକସେବା ଭବନ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧିଦଳଙ୍କ ମଧ୍ୟରୁ ମାତ୍ର ତିନିଜଣଙ୍କୁ ଭିତରକୁ ଯିବାକୁ ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଛଡ଼ା ଯାଇନଥିଲା। ତେଣୁ ସେମାନେ ହୋହଲ୍ଲା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା। ଏହି ପ୍ରତିନିଧିଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/f4fs5h4f5s64h564fs654h56fshfsfsfhsfhfhfh.jpg)