ଚନ୍ଦ୍ରଶେଖରପୁର : ରାଜ୍ୟରେ ଶିଶୁ ସୁରକ୍ଷା ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ଆରମ୍ଭ ହୋଇଥିବା ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ଏବେ ବିଭିନ୍ନ ଜିଲ୍ଲାରେ ଚାଲିଥିବା ବେଳେ ରାଜଧାନୀ କମିସନରେଟ୍ ପୁଲିସ୍ ପକ୍ଷରୁ କିଛିଟା ନିଆରା ଢଙ୍ଗରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଆଜି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏନେଇ ନିର୍ମିତ ଏକ ‘ପରୀ ରଥ’ ବିଭିନ୍ନ ବସ୍ତି ଓ କଲୋନିର ଛକରେ ଅଟକି ସାଧାରଣ ଲୋକମାନଙ୍କୁ ପଥପ୍ରାନ୍ତ ନାଟକ, ନୁକଡ଼ ଓ ପାଲା ମାଧ୍ୟମରେ ସଚେତନତାର ବାର୍ତା ବାଣ୍ଟିଛି। ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଏହି ରଥ ଜନତାମଇଦାନ ନିକଟରେ ପହଞ୍ଚି ଜାଭିୟର, ମୈତ୍ରିବିହାର, ନାଲକୋ, ନୀଳମାଧବ ବସ୍ତି, ବିଡ଼ିଏ କଲୋନି, ହାଉସିଂ ବୋର୍ଡ କଲୋନି, ନୀଳାଦ୍ରିବିହାର, ଈଶାନେଶ୍ୱର ବସ୍ତି, ପଣ୍ଡା ପାର୍କ (କ ଓ ଖ) ବସ୍ତି, ଶୈଳଶ୍ରୀବିହାର, ଡମଣା ଓ ବିର ବିର୍ସାମୁଣ୍ଡା ବସ୍ତିର ବିଭିନ୍ନ ଛକରେ ଅଟକି ଲୋକମାନଙ୍କୁ ରୁଣ୍ଡକରି ସଚେତନତା ପୋଷ୍ଟର ଲଗାଇ ନାଟକ ମାଧ୍ୟମରେ ବୁଝାଇଥିଲେ। ଏନେଇ ବୀର ବିର୍ସା ମୁଣ୍ଡା ବସ୍ତି ଓ ମୈତ୍ରିବିହାର ଫାଣ୍ଡି ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳରେ ସଭା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଜୋନ୍ ଏସିପି ରବୀନ୍ଦ୍ରନାଥ ଶତପଥୀ, ଚନ୍ଦ୍ରଶେଖରପୁର ଆଇଆଇସି ଦୀପକ୍ ମିଶ୍ରଙ୍କ ସହ ସିଡବ୍ଲ୍ୟୁସି ସଭ୍ୟ ବେଣୁଧର ସେନାପତି, ଶିଶୁ ମଙ୍ଗଳ ସମିତି ସଭ୍ୟମାନେ, ସ୍ଥାନୀୟ କର୍ପୋରେଟର୍ ଓ ଥାନାର ଅନ୍ୟ ପୁଲିସ୍ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରାଜ୍ୟ ବ୍ୟାପୀ ଜୁନ୍ ୧୨ତାରିଖ ପର୍ଯ୍ୟନ୍ତ ଚାଲୁଥିବା ବେଳେ ରାଜଧାନୀର ବିଭିନ୍ନ ସ୍ଥାନରେ ପରୀ ରଥ ବୁଲିବ।
ଚନ୍ଦ୍ରଶେଖରପୁରରେ ବୁଲିଲା ‘ପରୀ ରଥ’
/sambad/media/post_attachments/wp-content/uploads/2018/05/raj-pari-1.jpg)