ଏମ୍‌ବିସି ଟିଭିର ପରିବର୍ତ୍ତନ କନ୍‌କ୍ଲେଭ୍‌-୨୦୨୨

ଚନ୍ଦ୍ରଶେଖରପୁର: ପଟିଆସ୍ଥିତ ଏକ ତାରକା ହୋଟେଲରେ ଏମ୍‌ବିସି ଟିଭି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ‘ପରିବର୍ତ୍ତନ କନ‌୍‌କ୍ଲେଭ୍‌-୨୦୨୨’। କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜଳସମ୍ପଦ ତଥା ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ସାଂସଦ ପସନ୍ନ ପାଟ୍ଟଶାଣୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏମ୍‌ବିସି ଟିଭିର ପରିଚାଳନା ନିର୍ଦେଶକ ଡ.ବଦ୍ରିନାଥ ପଟ୍ଟନାୟକ। ଧନ୍ୟବାଦ ଦେଇଥିଲେ ସଂପାଦକ ଡ.ଅଶୋକ ପଣ୍ଡା।

କାର୍ଯ୍ୟକ୍ରମରେ ଅନୁଷ୍ଠିତ ୪ଟି ପୃଥକ ପୃଥକ ଆଲୋଚନାଚକ୍ରରେ ରାଜନୈତିକ ବ୍ୟକ୍ତିବିଶେଷ, ଶିକ୍ଷାବିତ୍‌, ସମାଜସେବୀ ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ। ଲୋକଙ୍କ କଥା ଓ ସମସ୍ୟାକୁ ଗଣମାଧ୍ୟମ ପ୍ରାଧାନ୍ୟ ଦେବା ଉଚିତ ବୋଲି ବକ୍ତାମାନେ କହିଥିଲେ।

ସମ୍ବନ୍ଧିତ ଖବର