ପାର୍କିଂ ବିବାଦ : ପୁଣି ୩୭ ଗାଡ଼ି ଜବତ, ଆଚାର୍ଯ୍ୟବିହାର ଛକରେ ଉତ୍ତେଜନା

ଭୁବନେଶ୍ୱର : ପାର୍କିଂ କଟକଣାକୁ ନେଇ ଆଜି କମିସନରେଟ୍‌ ଟ୍ରାଫିକ୍‌ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। ବେଆଇନ ଭାବରେ ପାର୍କିଂ ହୋଇଥିବା ୩୭ଟି ଗାଡ଼ିକୁ ପୁଲିସ ଆଜି କ୍ରେନ୍‌ ଲଗାଇ ଉଠାଇ ଆଣିଛି। ଟ୍ରାଫିକ୍‌ ଥାନା-୧ ପକ୍ଷରୁ ୧୭ ଗାଡ଼ି ଉଠାଇ ନିଆଯାଇଥିବା ବେଳେ ଟ୍ରାଫିକ୍‌ ଥାନା-୨ ପକ୍ଷରୁ ୨୦ ଗାଡ଼ି ଜବତ କରାଯାଇଛି। ସନ୍ଧ୍ୟାରେ ଜରିମାନା ଜମା କରିବା ପରେ ଗାଡ଼ିଗୁଡ଼ିକୁ ଛଡ଼ାଯାଇଛି। ଆଚାର୍ଯ୍ୟ ବିହାର ଛକରେ ଥିବା ଆପୋଲୋ ହସ୍‌ପିଟାଲ ସମ୍ମୁଖରେ ପାର୍କିଂକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରୁ କିଛି ଗାଡ଼ି ଉଠାଇବା ‌ବେଳେ ଗାଡ଼ିମାଲିକ ବିରୋଧ କରିବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଭିତରେ ପାର୍କିଂ ଫୁଲ୍‌ କହି କର୍ତ୍ତୃପକ୍ଷ ଗାଡ଼ିଗୁଡ଼ିକୁ ବାହାରକୁ ପଠାଇ ଦେଉଥିବାରୁ ରୋଗୀଙ୍କ ପରିଜନମାନେ ରାସ୍ତା ଉପରେ ରଖିବାକୁ ବାଧ୍ୟ ହେଉଛନ୍ତି। ତେବେ ହସ୍‌ପିଟାଲ ପାଖ ଗଳି ରାସ୍ତା କଡ଼ରେ ପାର୍କ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର