ଶ୍ରୀଲିଙ୍ଗରାଜଙ୍କ ପର୍ଶୁରାମେଶ୍ବର ମନ୍ଦିର ଯାତ୍ରା

ପୁରୁଣା ଭୁବନେଶ୍ୱର: ହରିଶୟନ ଚତୁର୍ଦ୍ଦଶୀ ତିଥିରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁ ୪ ମାସ ପାଇଁ ଶୟନ କରିବେ। ସେହି ଦିନଠାରୁ ଉତ୍‌ଥାପନ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରାଜ୍ୟ ଦାୟିତ୍ବ ନେବେ ଶ୍ରୀ ପର୍ଶୁରାମେଶ୍ବର। ଏହି ଦାୟିତ୍ୱ ସମ୍ୱାଳିବା ପାଇଁ ପାଇଁ ମହାଦେବ ଆଜି ତାଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ। ଆଜି ପର୍ଶୁରାମାଷ୍ଟମୀ ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମାକୁ ବିଭିନ୍ନ ସେବାୟତଙ୍କ ଗହଣରେ ପର୍ଶୁରାମେଶ୍ବର ମନ୍ଦିରକୁ ଯାତ୍ରା କରାଯାଇଥିଲା। ତାଙ୍କ ସହ ମା’ ପାର୍ବତୀ, ଦେବୀ ଦୁର୍ଗା, ଶ୍ରୀ ବାସୁଦେବ ଯାତ୍ରା କରିଥିଲେ। ସେଠାରେ ନୀତି ପୂଜା କରାଯିବା ସହ ଭେଟ ଆଳତି କରାଯାଇଥିଲା। ପରେ ମହାଦେବ ଶ୍ବଶୁରାଳୟକୁ କେଦାରଗୌରୀ ମନ୍ଦିରକୁ ଯାତ୍ରା କରିଥିଲେ। ସେଠାରେ କେଦାରେଶ୍ବରଙ୍କ ପାଖରେ ନୀତି ପୂଜା, ମୁଆଁ ଭୋଗ କରାଯିବା ସହ ଭେଟ ଆଳତି କରାଯାଇଥିଲା। ପରେ ଦେବଦେବୀ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ।

ସମ୍ବନ୍ଧିତ ଖବର