ପର୍ଯ୍ୟଟନ ପର୍ବରେ ପଦଯାତ୍ରା

ଭୁବନେଶ୍ୱର : ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ପର୍ଯ୍ୟଟନ ପର୍ବ। ଏହି ଅବସରରେ ଭାରତ ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଆଜି ସକାଳେ ଏକ ଐତିହ୍ୟ ପଦଯାତ୍ରା ପର୍ଶୁରାମେଶ୍ୱର ମନ୍ଦିରରୁ ବାହାରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ପରେ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଲିଙ୍ଗରାଜ ମନ୍ଦିର ସଫେଇ କରାଯାଇଥିଲା। କିଛି ବିଦେଶୀ ପର୍ଯ୍ୟଟକ ଏଥିରେ ସ୍ୱତଃ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟାଳୟର ସହ ନିର୍ଦେଶକ ପି ଚକ୍ରବର୍ତୀ, ସୂଚନା ଅଧିକାରୀ ଜଗନ୍ନାଥ ବେହେରାଙ୍କ ତତ୍ତ୍ୱାବଧାନରେ ୩୦ ଜଣ ପଦଯାତ୍ରାରେ ସାମିଲ୍‌ ହୋଇଥିଲେ। ମନ୍ତ୍ରାଳୟର ପର୍ଯ୍ୟଟନ ଗାଇଡ୍‌ ତପନ କୁମାର ମିଶ୍ର ସାମିଲ୍‌ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଐତିହ୍ୟ ଓ ମନ୍ଦିର ଶୈଳୀ ସମ୍ପର୍କରେ କହିଥିଲେ।

ସମ୍ବନ୍ଧିତ ଖବର