ଅସୁସ୍ଥ ହୋଇପଡ଼ିଲେ ଯାତ୍ରୀ, ବିମାନର ଜରୁରି ଅବତରଣ

ଭୁବନେଶ୍ୱର: ଆଜି ସକାଳେ ଏକ କୋଲକାତା-ଭୁବନେଶ୍ୱର ଇଣ୍ଡିଗୋ ବିମାନର ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ବିମାନର ଜରୁରି ଅବତରଣ କରାଯାଇ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛିି। ଯାତ୍ରୀଜଣକ ହେଉଛନ୍ତି କୋଲକାତାର ୪୫ ବର୍ଷୀୟ ସମୀକ ବୋଷ।
ଶ୍ରୀ ବୋଷ ୬ଇ୩୭୫ ବିମାନରେ ଆସୁଥିବା ବେଳେ  ଅସୁସ୍ଥ ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ବିମାନର କ୍ରିଉ ମେମ୍ବର ଏ ନେଇ ଭୁବନେଶ୍ୱର ଏୟାର ଟ୍ରାଫିକକୁ ଯୋଗାଯୋଗ କରି ଜରୁରି ଅବତରଣ ସହିତ ମେଡିକାଲ ସହଯୋଗ ପାଇଁ ଅନୁରୋଧ କରିଥିଲେ। ତେଣୁ ବିମାନ ଅବତରଣ କରିବା ମାତ୍ରେ ଶ୍ରୀ ବୋଷଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର