କ୍ରୁଟ୍‌’ର ଜମ୍ବଲ୍ ଗେମ୍‌ରେ ଯାତ୍ରୀ

ଖଣ୍ଡଗିରି : ଲକ୍‌ଡାଉନ୍‌ ପାଇଁ ରାଜଧାନୀରେ କ୍ରୁଟ୍‌ର ‌ମୋ’ ବସ୍ ସେବା ବନ୍ଦ ରହିଛି। କିନ୍ତୁ ଯାତ୍ରୀଙ୍କ ସହିତ ସୁସମ୍ପର୍କ ଜାରି ରଖିଛି କ୍ରୁଟ୍‌। ନିଜର ଟୁଇଟର୍‌ ଆକାଉଣ୍ଟ୍‌ ଜରିଆରେ ଯାତ୍ରୀମାନଙ୍କ ସହ ଯୋଡ଼ି ହୋଇ ରହିଛି କ୍ରୁଟ୍‌। ଜମ୍ବଲ ଗେମ୍‌ ଖେଳିବା ଭଳି ଏକ ନିଆରା ପ୍ରୟାସ ମାଧ୍ୟମରେ କ୍ରୁଟ୍‌ ମୋ’ ବସ୍‌ ଯାତ୍ରୀମାନଙ୍କୁ ସହ ଯୋଡ଼ି ହୋଇ ରହିଛି। କ୍ରୁଟ୍‌ ତା’ର ଟୁଇଟର୍‌ ଆକାଉଣ୍ଟ ଜରିଆରେ ବିଭିନ୍ନ ପ୍ରଶ୍ନ ପଚାରୁଛି। ଚଳଚ୍ଚିତ୍ରର ନାମ, ବସ୍‌ଷ୍ଟପ୍‌ର ଚିତ୍ରକୁ ଦେଖି ନାମ କହିବା ଭଳି ପ୍ରଶ୍ନ ପଚାରିବା ସହିତ କୌତୁକିଆ ଢଙ୍ଗରେ ସଚେତନତା ବାର୍ତ୍ତା ଦେଉଛି।

ସବୁଠାରୁ ଅଧିକ ଆକର୍ଷଣୀୟ ହୋଇଛି ଜମ୍ବଲ୍‌ ଗେମ୍‌। ଏଥିରେ ଅଧିକ ଲୋକ ଅଂଶଗ୍ରହଣ କରୁଛନ୍ତି। କରୋନା କଟକଣା ବେଳେ ଘରେ ବସି ବିରକ୍ତ ହେଉଥିବା ଲୋକଙ୍କୁ କ୍ରୁଟ୍‌ର ଏହି ଅଭିନବ ପ୍ରୟାସ ମନୋରଞ୍ଜନ ଯୋଗାଇବା ସହ ସମୟ ବ୍ୟୟ କରାଇବାରେ ସହାୟକ ହେଉଛି। ଏନେଇ କ୍ରୁଟ୍‌ର କମ୍ୟୁନିକେସନ୍ ସେଲ୍ ମୁଖ୍ୟ ମାନସ ନାୟକ କହିଛନ୍ତି ଯେ ଯାତ୍ରୀମାନେ ଘରେ ଥିବା ବେଳେ ବି କ୍ରୁଟ୍‌ ସେମାନଙ୍କ ସେବାରେ ଅଛି ବୋଲି ଭାବନ୍ତୁ। ବିଗତ ଦିନରେ ‘ମୋ ବସ୍ ମୋ ଷ୍ଟୋରି’ ରେ ଅନେକ ଯାତ୍ରୀ ନିଜର ଅନୁଭୂତି ବଖାଣିଥିଲେ। ସେସବୁ ଅନୁଭୂତିକୁ ନେଇ ଏକ ବହି ପ୍ରକାଶ କରିବାକୁ ଯୋଜନା କରାଯାଉଛି ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର