ଭୁବନେଶ୍ୱର : ଘରେ ଘରେ ପରିଚିତ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ପେଟେଣ୍ଟ ମେଡିସିନ’ ଗଳ୍ପ। ମଦ୍ୟପ ଓ ବେଶ୍ୟାସକ୍ତ ସ୍ୱାମୀମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ସ୍ତ୍ରୀମାନଙ୍କ ଛାଞ୍ଚୁଣୀ ମୁଠାର ପ୍ରୟୋଗକୁ ନେଇ ଆଜି ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍ ଫାଉଣ୍ଡେସନ୍ ମିଳିତ ସହଯୋଗରେ ଲୁପ୍ତପ୍ରାୟ ଲୋକକଳା ୫୬ତମ ସଂଧ୍ୟାରେ ଭାରତୀୟ ବିଦ୍ୟାଭବନଠାରେ ‘ପେଟେଣ୍ଟ୍ ମେଡିସିନ୍’ ପରିବେଷଣ କରାଯାଇଥିଲା। ଏହି ନାଟକକୁ ସଂସ୍କୃତି ବିହାର, କଟକର କଳାକାରମାନେ ପରିବେଷଣ କରିଥିଲେ। ଏଥିରେ ପଦ୍ମଭୂଷଣ ରମାକାନ୍ତ ରଥ, ପ୍ରଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଭାରତୀୟ ବିଦ୍ୟାଭବନର ନିର୍ଦ୍ଦେଶକ କର୍ଣ୍ଣେଲ ବି.କେ. ସାହୁ ଓ ମନ୍ମଥ ଶତପଥୀ ଅତିଥି ଭାବେ ଯୋଗଦେଇଥିବା ବେଳେ ସତ୍ୟନାରାୟଣ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସ୍ୱାମୀଙ୍କୁ ଶୃଙ୍ଖଳିତ କରିବ ସ୍ତ୍ରୀଙ୍କ ଛାଞ୍ଚୁଣୀ
/sambad/media/post_attachments/wp-content/uploads/2018/09/dhadu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)