ଖୋଲିଲା ପଟିଆ ବିଗ୍‌ ବଜାର

ଭୁବନେଶ୍ବର : ୧୩ ଦିନ ବନ୍ଦ ରହିବା ପରେ ଆଜି ପଟିଆ ବିଗ୍‌ ବଜାର ସିଲ୍‌ ଖୋଲିଛି ବିଏମ୍‌ସି। ଯେଉଁ ସବୁ ଭିତ୍ତିଭୂମି ଅଭାବରୁ ପଟିଆ ବିଗ୍‌ ବଜାରକୁ ବିଏମ୍‌ସି ସିଲ୍ କରିଥିଲା, ମଲ୍‌ କର୍ତ୍ତୃପକ୍ଷ ସେଗୁଡ଼ିକୁ ପୂରଣ କରିବା ପରେ ବିଏମ୍‌ସି ଆଜି ସିଲ୍‌ ଖୋଲିଛି।

ବିଏମ୍‌ସିର ଉତ୍ତର ଜୋନ୍ ଡେପୁଟି କମିସନର ପ୍ରମୋଦ ପୃଷ୍ଟି କହିଛନ୍ତି ଯେ, ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ନରହିବା, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନଥିବା କାରଣରୁ ପଟିଆସ୍ଥିତ ବିଗ୍‌ବଜାରକୁ ଓଡିଏ କୋର୍ଟ ନିର୍ଦ୍ଦେଶ ବଳରେ ସିଲ୍‌ କରାଯାଇଥିଲା। ହେଲେ ଆଜି ଓଡିଏ କୋର୍ଟ ସିଲ୍‌ ଖୋଲିବାକୁ ନିର୍ଦ୍ଦେଶ ଦେବା ପରେ ଆମେ ସିଲ୍‌ ଖୋଲି ଦେଇଛୁ। ମଲ୍‌ କର୍ତ୍ତୃପକ୍ଷ ବେସ୍‌ମେଣ୍ଟ ପାର୍କିଂ ଅଞ୍ଚଳରେ ଯେଉଁ ବେଆ‌ଇନ ନିର୍ମାଣ କରିଥିଲେ ସେଗୁଡ଼ିକୁ ଭାଙ୍ଗିବା ସହ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପାଇଥିବା ଓଡିଏ କୋର୍ଟ ଆମକୁ ଜଣାଇଥିଲା। ଏହାସହ ସିଲ୍‌ ଖୋଲିବାକୁ କହିଥିଲା। ଏହାପରେ ସିଲ୍‌ ଖୋଲାଯାଇଛି।

ସମ୍ବନ୍ଧିତ ଖବର