ପଟିଆ ବନ୍ଧ ପ୍ରଶସ୍ତୀକରଣ ଶୁଭାରମ୍ଭ

ବାରଙ୍ଗ/ତ୍ରିଶୁଳିଆ: ଭୁବନେଶ୍ବର ଉପକଣ୍ଠ ବାଲିପଡ଼ାଠାରେ କୁଆଖାଇ ନଦୀ ପଟିଆ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ। କଣ୍ଟୁଣିଆ ଗ୍ରାମ ଠାରୁ କାନପୁର ସାଇଫନ ପର୍ଯ୍ୟନ୍ତ ୧୬୫ ମିଟର ରାସ୍ତାକୁ ୧ କୋଟି ୪୭ ଲକ୍ଷ ୩୦ ହଜାର ଟଙ୍କା ବିନିଯୋଗରେ ୧୮ଫୁଟ ଚଉଡାର ପିଚୁ ରାସ୍ତା ଭୁବନେଶ୍ବର ଆର୍‌ଡି ବିଭାଗ ମାଧ୍ୟମରେ କରାଯିବ। ଶିଳାନ୍ୟାସ ଉତ୍ସବରେ ବିଜୁ ଜନତା ଦଳ ‘ମୋ ପରିବାର’ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ଅନ୍ତର୍ଯ୍ୟାମୀ କୁଅଁର, ଭଗବାନ ଜେନା, ବସନ୍ତ ରଥ, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ସମିତି ସଭ୍ୟା ତଥା ଭୁବନେଶ୍ବର ଉତ୍ତର ପାଞ୍ଚ ପଞ୍ଚାୟତ ବିଜେଡି ଦଳର ନାରୀ ନେତ୍ରୀ ଝୁନା ରାଉତ, ନିର୍ମଳ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର