ଚନ୍ଦ୍ରଶେଖରପୁର: ପଟିଆ ଯାତ୍ରା ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ‘ପଟିଆ ଇତିହାସ’ ପୁସ୍ତକ ଉନ୍ମୋଚିତ ହୋଇଛି। ପଟିଆ ରାଜା ଦିବ୍ୟସିଂହ ଦେବଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ପଟିଆ ହେଉଛି ଭାଇଚାରାର ମାଟି।

Advertisment

ପଟିଆଗଡ଼ ଏବେ ନୂଆ ଭୁବନେଶ୍ୱର ଭାବେ ପରିଚୟ ହାସଲ କରିଛି। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଐତିହାସିକ ପ୍ରଫୁଲ୍ଲ କୁମାର ମିଶ୍ର, ଲେଖକ ମନୋଜ ମହାପାତ୍ର, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ରାମକୃଷ୍ଣ ପଣ୍ଡା, ଗ୍ରାମର ବରିଷ୍ଠ ନାଗରିକ ନୃସିଂହ ଚରଣ ରାଉତ, ମଙ୍ଗଳ କମିଟି ସଭାପତି ଚିତ୍ତରଞ୍ଜନ ପାତ୍ର, କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା, ଅମୂଲ୍ୟ ଜେନା ପ୍ରମୁଖ ଯୋଗଦେଇ ପଟିଆ ସାରା ଓଡ଼ିଶା ଓ ଦେଶରେ ଜନ ଆନ୍ଦୋଳନ ପାଇଁ ପରିଚିତ ‌ବୋଲି ମତବ୍ୟକ୍ତ କରିଥିଲେ। ପୁସ୍ତକର ସମୀକ୍ଷା କରି ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ ମଲ୍ଲିକ କହିଲେ ଏହି ପୁସ୍ତକ ଉତ୍ତର ପିଢ଼ିଙ୍କ ନିମନ୍ତେ ଆଲୋକ ବର୍ତ୍ତିକା। ଉତ୍ସବର ଆୟୋଜକ ଅଭୟ ବଡ଼ଜେନା ପ୍ରାରମ୍ଭିକ ସୂଚନା ଦେଇ ପଟିଆର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଏହି ପୁସ୍ତକ ରଚିତ ହୋଇଛି। ଅଦ୍ୱୈତ ଚମ୍ପତ୍ତି ଧନ୍ୟବାଦ ଦେଇଥିଲେ।