ପଟିଆ ଡିଗ୍ରି କଲେଜରେ ସ୍ମାର୍ଟ ସିଟି ସହଭାଗିତା କାର୍ଯ୍ୟକ୍ରମ

ପୁରୁଣା ଭୁବନେଶ୍ୱର: ରଥ ରୋଡ଼୍‌ସ୍ଥିତ ୟୁରୋସ୍ମାର୍ଟ ପ୍ଲେ ସ୍କୁଲ ପକ୍ଷରୁ ସ୍ଥାନୀୟ ରାମେଶ୍ୱର ପାର୍କରେ ପ୍ରତିଭା ଅନେ୍ଵଷଣ ଓ ପୁରଷ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୩୦ଟି ସ୍କୁଲର କୁନିକୁନି ପିଲାମାନେ ଯୋଗଦେଇ ଚିତ୍ରାଙ୍କନ ଜରିଆରେ ସୁସ୍ଥ ପରିବେଶର ବାର୍ତା ପ୍ରଦାନ କରିଥିଲେ। ଏଥିସହ ସେମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଅଭିଭାବକମାନଙ୍କ ମଧ୍ୟ ପିଠା ପ୍ରତିଯୋଗିତା କରାଯାଇଥିଲା। ସ୍କୁଲର ଅଧ୍ୟକ୍ଷା ସସ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସମାଜସେବୀ ସୁଲତା ଦେଓ, ପିଡିଏଚଆର୍‌ଆଇ ଉପସଭାପତି ଗଦାଧର ଦାସ, ଜୟକୃଷ୍ଣ ମଲିଆ, ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହାକୁ ଶିକ୍ଷୟିତ୍ରୀ ଦେବସ୍ମିତା ପଟ୍ଟନାୟକ, ରୋଜାଲିନ୍‌ ଜେନା ଓ ରାଜଶ୍ରୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର