ଯୁବବର୍ଗଙ୍କ ରୁଚିକୁ ବେଶି ପ୍ରଧାନ୍ୟ ଦେଉଛନ୍ତି ସହରର ଅନେକ ଫୁଡ୍ ଷ୍ଟଲ। ଆମିଷ ପ୍ରିୟଙ୍କ ଚାହିଦାକୁ ନଜରରେ ରଖି ବାପୁଜୀ ନଗରରେ ଆନନ୍ଦ ପାତ୍ର ଖୋଲିଛନ୍ତି ‘ଆନନ୍ଦ ଫୁଡ୍ ପ୍ଲାଜା’ ଷ୍ଟଲ୍। ଏଠାରେ ସନ୍ଧ୍ୟା ସମୟରେ ଖଚାଖଚ୍ ଭିଡ଼ ଜମୁଛି। ସେ ଆମିଷ ଖାଦ୍ୟର ଭଣ୍ଡାର ଖୋଲିଛନ୍ତି ଏହି ଷ୍ଟଲରେ। ଏତେ ସବୁ ଖାଦ୍ୟର ଭେରାଇଟି ଭିତରେ ଯୁବବର୍ଗଙ୍କ ପସନ୍ଦ ଚିଙ୍ଗୁଡ଼ି ପକୋଡ଼ା ସହ ବାଲି ଚିଙ୍ଗୁଡ଼ି। ଚିଙ୍ଗୁଡ଼ିରେ କର୍ଣ୍ଣ୍ଫ୍ଲେକ୍ସ, ଅଦା, ରସୁଣ, ଲଙ୍କା,ରାଶିକୁ ଗୋଳାଇ ମ୍ୟାରିନେଟ୍ ପ୍ରସ୍ତୁତ କରି ଦୁଇଘଣ୍ଟା ରଖାଯାଇଥାଏ। କର୍ଣ୍ଣଫ୍ଲୋର ଆଣରେ ବୁଡ଼ାଇ କଡ଼ା ଆଞ୍ଚରେ ଛାଣି ସେ ଏହାକୁ ପ୍ରସ୍ତୁତ କରିବା ବେଳେ ହିଁ ପାଟି ଲାଳେଇଯାଏ। ଖାଇବାକୁ ଆସିଥିବା ବିଜୟଦୀପ ସାହୁ କୁହନ୍ତି ଯେ ଏଠି ପକୋଡ଼ାରେ ରଙ୍ଗ ମିଶାଯାଏନି। ପୁଣି ରାଶି ମିଶୁଥିବାରୁ ଏହାର ସ୍ୱାଦ ନିଆରା। ୬ ପିସ୍ ବଡ଼ ଚିଙ୍ଗୁଡ଼ି ପକୋଡ଼ାର ଦାମ ୧୦୦ଟଙ୍କା ରହିଥିବା ବେଳେ ଛୋଟ ଚିଙ୍ଗୁଡ଼ିର ପରିମାଣ ଅନୁସାରେ ଦାମ ୫୦ ଟଙ୍କା ରହିଛି। ସେହିପରି ବାଲି ଚିଙ୍ଗଡ଼ିରେ ଚିଙ୍ଗୁଡ଼ି ମ୍ୟାରିନେଟକୁ ଆଞ୍ଚ ମାଧ୍ୟମରେ ପୋଡ଼ି ପ୍ରସ୍ତୁତ କରାଯାଉଥିବା ବେଳେ ଏହାର ଦାମ ୫୦ଟଙ୍କା। ପ୍ଲେଟ୍ ପ୍ରସ୍ତୁତି ହେଲା ପରେ ଏଥିରେ ନିଜ ପ୍ରସ୍ତୁତି ଟୋମାଟୋ ସସ୍, ଚୁନା କାକୁଡ଼ି ଓ ଚାଟ୍ ମସଲା ଲଗାଇ ସେ ଗ୍ରାହକଙ୍କୁ ପରସନ୍ତି। ତାଙ୍କର ନିଜ ଓ୍ଵବ୍ସାଇଟ www.anandafoodplaza.comରେ ବି ସେ ସମସ୍ତ ତଥ୍ୟ ମହଜୁଦ ରଖିଛନ୍ତି।
ପାତ୍ରବାବୁଙ୍କ ଚିଙ୍ଗୁଡ଼ି ପକୋଡ଼ା ଓ ବାଲି ଚିଙ୍ଗୁଡ଼ି
/sambad/media/post_attachments/wp-content/uploads/2018/02/Untitled-1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)