ସହରେର ମିଳୁଛି ଗାଁର ସ୍ବାଦ। ଗାଁର ସେହି ଚୁଲି ରନ୍ଧା ଖାଦ୍ୟ ଓ ପୋଡ଼ାପୋଡ଼ି ଟିକେ ମିଳିଗଲେ ଖାଇବା ଜମିଯାଏ। ସେଥିପାଇଁ ରାଜଧାନୀରେ ଏମିତି ଏକ ହୋଟେଲ ଅଛି ଯେଉଁଠାରେ ଗ୍ରାହକଙ୍କୁ ପରଶି ଦେଉଛି ଗାଁର ସ୍ବାଦକୁ। ସିଆର୍ପିସ୍ଥିତ ବଲ୍ଲେରି ହୋଟେଲ୍ରେ ମିଳୁଛି ନାନା ପ୍ରକାର ପତ୍ର ପୋଡ଼ା ଖାଦ୍ୟ। ଆମିଷ ଓ ନିରାମିଷ ଦୁଇଟି ଯାକର ପତ୍ର ପୋଡ଼ା ମିଳୁଛି। ନିରାମିଷରେ ସୁନସୁନିଆ ଶାଗ ପୋଡ଼ା, ଛେନା ପୋଡ଼ା, ନଡ଼ିଆ ପୋଡ଼ା, ଛତୁ ପୋଡ଼ା ମିଳୁଥିବା ବେଳେ ଆମିଷରେ ଚିକେନ୍ ପୋଡ଼ା, ଗୋଟା ମାଛ, ଚୁନା ମାଛ, ଚିଙ୍ଗୁଡ଼ି, ମାଛ ଭର୍ତା ପୋଡ଼ା ପରି ଆଇଟମ୍ ପରିଶି ଦିଅନ୍ତି ଗ୍ରାହକଙ୍କୁ। କଖାରୁ ପତ୍ରରେ ବେସର ଗୋଳେଇ ଏହି ଆଇଟମ୍ ତିଆରି ହେଉଥିବାରୁ ଏହା ପାଟିକୁ ସ୍ବାଦିଷ୍ଟ ଲାଗେ। ଆମିଷ ପ୍ଲେଟ୍ର ଦାମ୍ ମାତ୍ର ୪୦ଟଙ୍କା ହୋଇଥିବା ବେଳେ ନିରାମିଷ ପ୍ଲେଟ୍ର ଦାମ୍ ୨୦ଟଙ୍କା ରହିଛି। ବୁଧବାର ଓ ରବିବାର ଏଠାରେ ପ୍ରବଳ ଭିଡ଼ ହୋଇଥାଏ ବୋଲି କୁହନ୍ତି ରବୀନ୍ଦ୍ର।
ପତ୍ର ପୋଡ଼ା ଚିକେନ୍
/sambad/media/post_attachments/wp-content/uploads/2018/10/food.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)