ଭୁବନେଶ୍ୱର: ସାମ୍ବାଦିକ ତଥା କବି ବିବେକାନନ୍ଦ ଜେନାଙ୍କ କବିତା ପୁସ୍ତକ ‘ପତ୍ରକାରର ପ୍ରତିଛାୟା’ ଗୀତଗୋବିନ୍ଦ ସଦନରେ ଲୋକାର୍ପିତ ହୋଇଯାଇଛି। ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଖ୍ୟାତ କବି ଫନି ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, କବିତା କହିଲେ ଜ୍ଞାନକୁ ବୁଝାଏ। କବିତାଟିଏ ଜନ୍ମ ନିଏ ସମ୍ପର୍କ, ସ୍ନେହ ଓ ଭଲ ପାଇବାରୁ। ସମ୍ମାନିତ ବକ୍ତା ସୂର୍ଯ୍ୟ ମିଶ୍ର କହିଲେ, ଶ୍ରୀ ଜେନାଙ୍କ ଦ୍ବାରା ଲିଖିତ କବିତା ପୁସ୍ତକରେ ଅନେକ କିଛି ରହିଛି। ଆପଣାର ଉଦାସୀନତାକୁ ସେ କବିତାରେ ଛବିଳ କରିପାରିଛନ୍ତି।

Advertisment

ସମ୍ମାନିତ ଅତିଥି ସାହିତ୍ୟିକ ସୁପ୍ରଭା ରାୟ, ଶିକ୍ଷାବିତ୍ ଭାରତୀ କାନୁନ୍‌ଗୋ(ମହାନ୍ତି), ପ୍ରକାଶକ ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର, ସାମ୍ବାଦିକ ବିପିନ ସିଂ, ସାମ୍ବାଦିକ କେ. ରବି ପ୍ରମୁଖ ଯୋଗଦେଇ ଶ୍ରୀ ଜେନାଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମକୁ ଭାଷାବିତ୍ ଦେବାଶିଷ ମହାପାତ୍ର ସଂଯୋଜନା କରିଥିବା ବେଳେ ସମାଜସେବୀ ପ୍ରତିଛନ୍ଦା ଧଳ ସ୍ବାଗତ ଭାଷଣ ଦେଇଥିଲେ।